Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବିଇଓ, ବକେୟା ଦରମା ପାଇଁ ସହକାରୀ ଶିକ୍ଷକଙ୍କଠୁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ ଧରା ପଡ଼ିଲେ ବ୍ଲକ ଶିକ୍ଷା ଅଧିକାରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଭିଜିଲାନ୍ସ ଶ୍ରୀ ବେହେରାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ କେନ୍ଦୁଝର ସହ ଯାଜପୁରର ୩ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ।

ସୂଚନା ଅନୁସାରେ, ସହକାରୀ ଶିକ୍ଷକଙ୍କ ବକେୟା ଦରମା କରାଇ ଦେବା ପାଇଁ ବିଇଓ ୬୦ ହଜାର ଟଙ୍କା ଦାବି କରିଥିଲେ । ଆଜି ଜଣେ ଅତିରିକ୍ତ ଶିକ୍ଷକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଟଙ୍କା ସହ ଧରା ପଡ଼ିଛନ୍ତି ।

ଲାଞ୍ଚ ନେଇ ଧରା ପଡ଼ିବା ପରେ ବିଇଓଙ୍କ ଅଫିସ୍, ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ କରିଛି ଭିଜିଲାନ୍ସ । କେନ୍ଦୁଝର ଓ ଯାଜପୁରର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ରେଡ୍ ଜାରି ରହିଛି ।

Leave A Reply

Your email address will not be published.