Latest Odisha News

BREAKING NEWS

ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ କେସକୁ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ସହିତ ଜଡିତ ସମସ୍ତ ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତ । ବାବ୍ରି ମସଜିଦ ଭଙ୍ଗ ଏବଂ ଗୁଜରାଟ ଦଙ୍ଗା କେସ ବନ୍ଦ ହେବା ପରୋକ୍ଷରେ ବିଜେପିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଗୁଜରାଟ ଦଙ୍ଗାର ୯ଟି ମାମଲାରୁ ୮ଟିର ଶୁଣାଣୀ ଶେଷ ହୋଇଛି । ନାରୋଦା ମାମଲାର ଶୁଣାଣୀ ଏବେ ଚାଲିଛି । ଦୀର୍ଘ ଦିନ ପରେ ଏହି କେସକୁ ଗଡେଇବାର କୌଣସି ମାନେ ନାହିଁ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନ ଚିଟକୁ ମଧ୍ୟ ବଜାୟ ରଖାଯାଇଛି । ୨୭ ଫେବୃୟାରୀ ୨୦୦୨ରେ ଗୋଧ୍ରାରେ ସାମ୍ପ୍ରଦାୟିକ ହିଂସା ଯୋଗୁ ୬୯ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୩୮ଜଣଙ୍କ ଶବ ପୋଲିସ ଉଦ୍ଧାର କରିଥିଲା ।

୨୦୦୮ରେ ସୁପ୍ରିମକୋର୍ଟ ଏ ନେଇ ଏକ ଏସଆଇଟି ଗଠନ କରିଥିଲେ । ସେ ସମୟର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି କ୍ଲିନ ଚିଟ ପ୍ରଦାନ କରିଥିଲା । ସୁପ୍ରିମକୋର୍ଟଙ୍କ ଅଦେଶ ପରେ ୨୦୧୧ ଏସଆଇଟି କ୍ଲୋଜର ରିପୋର୍ଟ ପ୍ରଦାନ କରିଥିଲା । ପୂର୍ବତନ କଂଗ୍ରେସ ଏମପି ଏହସାନ ଜାଫରୀଙ୍କ ପତ୍ନୀ ଜାକିୟା ଜାଫରୀ ୨୦୧୩ରେ ଏହି ରିପୋର୍ଟକୁ ବିରୋଧ କରି ଆବେଦନ କରିଥିଲେ । ବିଚାରପତି ଏହାକୁ ଖାରଜ କରି ଦେଇଥିଲେ । ଏହା ପରେ ସେ ଗୁଜରାଟ ହାଇକୋର୍ଟକୁ ଯାଇଥିଲେ । ୨୦୧୭ରେ ହାଇକୋର୍ଟ କୋର୍ଟ ନିଷ୍ପତିକୁ ବଜାୟ ରଖିଥିଲେ । ଶେଷରେ ଜାକିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Leave A Reply

Your email address will not be published.