ଇଟାଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ ଘଟିଛି । ସୋନିଆଙ୍କ ମା’ ଦୀର୍ଘଦିନ ହେଲା ଅସୁସ୍ଥ ଥିବାବେଳେ ସୋନିଆ ଗାନ୍ଧୀ ମଧ୍ୟ ଚିକିତ୍ସା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ତେବେ ଚିକିତ୍ସା ପରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଇଟାଲୀ ଯାଇପାରନ୍ତି । ସୋନିଆ ଗାନ୍ଧୀଙ୍କ ମା ଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
Condolences to Sonia Gandhi Ji on the passing away of her mother, Mrs. Paola Maino. May her soul rest in peace. In this hour of grief, my thoughts are with the entire family.
— Narendra Modi (@narendramodi) August 31, 2022
ଗତ ଅଗଷ୍ଟ ୨୭ ତାରିଖରେ ପାଓଲା ମାଇନୋଙ୍କ ଦେହାନ୍ତ ହୋଇଥିଲା । ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସୋନିଆ ଗାନ୍ଧିଙ୍କ ମା’ ଙ୍କର ଦେହାନ୍ତ ହୋଇଥିବା ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ ଘଟିଛି । ନିଜ ବାସଭବନରେ ସେ ଗତ ଅଗଷ୍ଟ ୨୭ ତାରିଖରେ ପରଲୋକ ଗମନ କରିଛନ୍ତି ।
Smt. Sonia Gandhi’s mother, Mrs. Paola Maino passed away at her home in Italy on Saturday the 27th August, 2022. The funeral took place yesterday.
— Jairam Ramesh (@Jairam_Ramesh) August 31, 2022
Comments are closed.