କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କୋଇଲା ଦୁର୍ନୀତି ମାମଲାରେ ୩୦ ଥର ଜେରା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । କିନ୍ତୁ ବିଜେପି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ରାଜନୈତିକ ଭାବେ ଲଢ଼ିପାରିବେ ନାହିଁ ଏବଂ ଭୟଭୀତ କରିବା ପାଇଁ ଇଡି ଓ ସିବିଆଇର ଆଶ୍ରୟ ନେଉଛନ୍ତି ସେମାନଙ୍କ ଆଗରେ ସେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଶୁକ୍ରବାର ୮ ଘଣ୍ଟା ଧରି ଜେରାର ସାମ୍ନା କରିବା ପରେ ବିଜେପିକୁ ଟାର୍ଗେଟ କରି ସେ ଏପରି କହିଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହୁଏ, ତେବେ ସେ ମୃତ୍ୟୁଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ।
କୋଇଲା ସ୍କାମ ମାମଲାରେ ଅଭିଷେକ ବାନାର୍ଜୀ ଗତକାଲି ଇଡି ସମ୍ମୁଖରେ ହାଜର ହୋଇଥିଲେ। ସେ କହିଛନ୍ତି ଯେ ଏହା କୋଇଲା କିମ୍ବା ଗୋରୁ ଘୋଟାଲା ନୁହେଁ, କିନ୍ତୁ ଏହା ଗୃହମନ୍ତ୍ରୀଙ୍କ ଘୋଟାଲା । ସେ ପ୍ରଶ୍ନ କରିଛନ୍ତି ଯେ ବିଏସ୍ଏଫ୍ ଉପସ୍ଥିତିରେ ଗୋରୁ ଚୋରା ଚାଲାଣ ସମ୍ଭବ? ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିବାବେଳେ ସେ କହିଛନ୍ତି ଯେ ଗୋରୁ ଚୋରା ଚାଲାଣ ପାଇଁ ଟଙ୍କା ସିଧାସଳଖ ଅମିତ ଶାହାଙ୍କ ନିକଟକୁ ଯାଇଛି।
ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ପାଞ୍ଚଜଣିଆ ଇଡି ଅଧିକାରୀଙ୍କ ଏକ ଟିମ୍ ଗୁରୁବାର ରାତିରେ କୋଲକାତାରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସିଜିଓ କମ୍ପ୍ଲେକ୍ସରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଅଭିଷେକ ବାନାର୍ଜୀଙ୍କୁ ଏହା ପୂର୍ବରୁ ମଧ୍ୟ ଦୁଇ ଥର ସମାନ ପ୍ରସଙ୍ଗରେ ଜେରା ହୋଇ ସାରିଛି।
ନଭେମ୍ବର ୨୦୨୦ରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆର ଆଧାରରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ ର ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ ହୋଇଛି। ଯେଉଁଥିରେ ଆସନସୋଲରେ ଇଷ୍ଟର୍ନ କୋଲ ଫିଲ୍ଡସ୍ ଲିମିଟେଡର ଖଣି ଏବଂ ଏହାର ଆଖପାଖରେ ଥିବା ଖଣିଗୁଡ଼ିକ କୁନୁଷ୍ଟୋରିଆ ଏବଂ କାଜୋରା ଅଞ୍ଚଳର ମୂଲ୍ୟ କୋଟି କୋଟି ଟଙ୍କା ରହିଛି। ଏହି ବେଆଇନ ବ୍ୟବସାୟରୁ ମିଳିଥିବା ଅର୍ଥ ଟିଏମସି ସାଂସଦମାନେ ନେଇଛନ୍ତି ବୋଲି ଇଡି ପୂର୍ବରୁ ଦାବି କରିଥିଲା। ତେବେ ବାନାର୍ଜୀ ଏହି ସବୁ ଅଭିଯୋଗକୁ ଖାରଜ କରିଛନ୍ତି।
Comments are closed.