Latest Odisha News

BREAKING NEWS

ଚିନ୍ମୟ ହୋତାଙ୍କ ନିବନ୍ଧ ସଙ୍କଳନ ‘କେବେ କେମିତି’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କର ନିବନ୍ଧ ସଙ୍କଳନ ‘ କେବେ କେମିତି ‘ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ ପରିସରରେ ଉନ୍ମୋଚିତ ହୋଇ ଯାଇଛି ।

ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜଗନ୍ନାଥ ଦାଶ ପୁସ୍ତକର ସମୀକ୍ଷା କରିଥିଲେ ଏବଂ କରୁଣାକର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। । ଏହି କାର୍ଯ୍ୟକ୍ରମରେ ଦେବ ପ୍ରସାଦ ଦାଶ, ଦେବାଶିଷ ମହାପାତ୍ର, ରମାକାନ୍ତ ମିଶ୍ର, ବିଜୟ କେତନ ମିଶ୍ର , ଭାସ୍କର ପରିଚ୍ଛା ଏବଂ ପ୍ରକାଶିକା ସ୍ନେହଲତା ପୃଷ୍ଟି ଯୋଗଦେଇଥିଲେ।

Leave A Reply

Your email address will not be published.