ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସବୁ ତ ପ୍ରଭୁଂକର ଲୀଳା
ତେଣୁ ମନୁଷ୍ୟ କରେ ହେଳା
ହେଲେ ଏପରି ଭାବଭୋଳା
ଜୀବନ ହୁଏ କାମଚଳା
ଲୋକଂକ ଭଲ ମଂଦ ପାଇଁ
ଯେଣୁ ଏକାକୀ ପ୍ରଭୁ ଦାୟୀ
କେହି କିଛି କରଂତିନାହିଁ
କୃପା ମିଳିବ ବୋଲି ଚାହିଁ
ନିଖୁଣ ଦେହଧାରୀ ହୋଇ
ମନରେ ସଂଶୟ ଜଗାଇ
କର୍ତବ୍ୟ ଦିଅଂତି ପାସୋରି
ବଂଚିରହଂତି ହାରି ହାରି
କଲେ ବି ପ୍ରଭୁଂକୁ ଗୁହାରି
ଶୁଣଂତିନାହିଁ ସେ କାହାରି
ସେ ପରା ସତେ ଭାବଗ୍ରାହୀ
ଚଳାଂତି ଭାବ ଅନୁଯାୟୀ
ଦେଖାଇ ଭାଷାର ଭେଳିକି
ମନୁଷ୍ୟ କରିଲେ ଚାଲାକି
ସହଜେ ପଡ଼ିଥାଏ ଧରା
ତେବେ ବି ହୁଏ ଆତ୍ମହରା
ସବୁ ପାଇଲେ ସୁଦ୍ଧା ଯିଏ
ଅକାରଣେ ଅଧିକ ଚାହେଁ
ତାହାର ଏ ଦାବି ପୂରଣ
କରିବେ କିଆଁ ଭଗବାନ ?
Comments are closed.