ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ୯୬ ବର୍ଷୀୟ ମହାରାଣୀ ଏବେ ଗୁରୁତର ଓ ଏଥିପାଇଁ ରାଜପରିବାରର ସମସ୍ତ ସଦସ୍ୟ ସ୍କଟଲାଣ୍ଡରେ ପଂହଚିଛନ୍ତି । ବକିଂଘାମ ପ୍ୟାଲେସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ମହାରାଣୀ ଏବେ ବାହାରକୁ ଯିବା ପାଇଁ ସମ୍ପୂର୍ଣ୍ଣ ଭାବେ ଅସମର୍ଥ । ତାଙ୍କୁ ସାକ୍ଷାତ କରିବାକୁ ଚାହୁଥିବା ବ୍ୟକ୍ତିମାନଙ୍କୁ ସ୍କଟଲାଣ୍ଡର ବାଲମୋରାଲ ଦୁର୍ଗରେ ହାଜର ହେବାକୁ କହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ମୁଁ ଏବଂ ବ୍ରିଟେନର ଲୋକମାନେ ରାଣୀଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ସୂଚନାଯୋଗ୍ୟ, ରାଣୀ ଗ୍ରୀଷ୍ମଛୁଟି କାଟିବା ପାଇଁ ବାଲମୋରାଲ ଆସିଥିବା ବେଳେ ଅସୁସ୍ଥ ହୋଇ ପଡିଥିଲେ । ସେ ଏପିସୋଡିକ ମୋବିଲିଟି ସମସ୍ୟାରେ ପଡିଛନ୍ତି । ବୃଦ୍ଧାବସ୍ଥାରେ ଏହି ରୋଗ ହୋଇଥାଏ ।
Comments are closed.