ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ କୁମାର ପଟ୍ଟନାୟକ ଏବଂ ଆସିକା ସ୍ଥିତ ଜୟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ କୁମାର ମହାନ୍ତି। ଉଭୟଙ୍କୁ ଧରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆସିକା ସ୍ଥିତ ଜୟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଲ୍ୟାବ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀ ଗତ ମେ’ ୨୨ ତାରିଖରେ ଅବସର ନେଇଥିଲେ । ପେନସନ୍ ପାଇବା ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନ ପତ୍ର ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପଙ୍କ ଜରିଆରେ ଜିଲା ଶିକ୍ଷାଧିକାରୀଙ୍କ ସୁଶିଲଙ୍କ ନିକଟରେ ପହଞ୍ଚିଥିଲା। ତେବେ ପେନସନ୍ କାଗଜପତ୍ର କରାଇ ଦେବା ପାଇଁ କାଳୀଚରଣଙ୍କୁ ଉଭୟ ପ୍ରଦୀପ ଏବଂ ସୁଶିଲ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏସଂପର୍କରେ କାଳୀଚରଣ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଗିରି ରୋଡ ସ୍ଥିତ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଟଙ୍କା ଦେବାକୁ ଯୋଜନା ହୋଇଥିଲା । ସନ୍ଧ୍ୟା ସାଢ଼େ ୬ଟାରେ କାଳୀଚରଣ ପହଞ୍ଚି ୧୦ ହଜାର ଟଙ୍କା ଦେଇଥିଲେ । ସେଥିରୁ ପ୍ରଦୀପ ନିଜ ପାଖରେ ୩ ହଜାର ଟଙ୍କା ରଖିଥିବା ବେଳେ ବଳକା ୭ହଜାର ଟଙ୍କା ସୁଶିଲଙ୍କୁ ଦେଇଥିଲେ । ଠିକ୍ ଏହି ସମୟରେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ କାବୁ କରିନେଇଥିଲେ । ଲାଞ୍ଚ ଟଙ୍କା ଏବଂ ପେନସନ କାଗଜପତ୍ରକୁ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ତଦନ୍ତ ଚାଲିଥିବା ଏସ୍ପି ଗଣେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
BREAKING NEWS
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

Comments are closed.