ବ୍ରହ୍ମପୁର: ହାଇଦ୍ରାବାଦ୍ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଯୁବତୀ ଯୁବକଙ୍କୁ ଏକ ଧାର୍ମୀକ ସଂଗଠନର କର୍ମକର୍ତାମାନେ ଅଟକାଇ ଥିଲେ । ପରେ ଉଭୟଙ୍କୁ ବ୍ରହ୍ମପୁର ସରକାରୀ ରେଲୱେ ପୋଲିସ(ଜିଆର୍ପି)କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳର ଜଣେ ୨୪ ବର୍ଷୀୟ ହିନ୍ଦୁ ଯୁବତୀ ଓ ଆସାମର ଜଣେ ମୁସଲମାନ ଯୁବକ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେପ୍ରଥମେ ବନ୍ଧୁତା ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବେ ଯୁବତୀ ଜଣକ ନିଜ ଘରକୁ ଫେରିଥିଲେ । ଘରେ କିଛି ଦିନ ରହିବା ପରେ ପୁଣି ଥରେ ହାଇଦ୍ରାବାଦ୍ ଫେରିବାକୁ ମନସ୍ଥ କରିଥିଲେ । ଶୁକ୍ରବାର ସଂପୃକ୍ତ ଯୁବକଙ୍କୁ ଗାଁକୁ ଡାକିଥିଲେ । ଉଭୟ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ହାଇଦ୍ରାବାଦ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ । ଷ୍ଟେସନରେ ଯୁବକ ଜଣକ ହିନ୍ଦୀରେ କଥା ହେଉଥିବା ବେଳେ ଯୁବତୀ ଜଣକ ଠିକ୍ରେ ହିନ୍ଦୀ କହିପାରୁ ନଥିଲେ । ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମରେ ଫସାଇ ହାଇଦ୍ରାବାଦ୍ ନେଇଯାଉଥିବା ନେଇ ଏକ ଧାର୍ମୀକ ସଂଗଠନର କର୍ମକର୍ତାଙ୍କ ପାଖରେ ସୂଚନା ପହଞ୍ଚିଥିଲା । ସଂପୃକ୍ତ ସଂଗଠନର କର୍ମକର୍ତାମାନେ ଏହା ଲଭ ଜିହାଦ ହୋଇଥିବା ଭାବି ରେଳ ଷ୍ଟେସନରେ ପହଞ୍ଚିଥିଲେ । ଉଭୟଙ୍କୁ ପଚରାଉଚରା କରିବା ପରେ ଅଟକ ରଖି ଜିଆର୍ପିରେ ଜିମା ଦେଇଥିଲେ । ପୋଲିସ ଯୁବତୀଙ୍କ ଠାରୁ ତଥ୍ୟ ଆଣି ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଛି । ସେମାନେ ପହଞ୍ଚିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଜିଆରପି ଥାନା ଅଧିକାରୀ ଜେ.ପି ନାୟକ କହିଛନ୍ତି। ଅନ୍ୟପକ୍ଷରେ ଆମେ ଦୁଇ ଜଣ ସାଙ୍ଗ ଓ ମିଳିମିଶି ହାଇଦରାବାଦରେ ଗୋଟିଏ କମ୍ପାନୀରେ କାମ କରୁଥିଲୁ ବୋଲି ଯୁବତୀ ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ ମୋତେ ନେବା ପାଇଁ ବ୍ରହ୍ମପୁର ଆସିଥିଲେ ବୋଲି କହିଛନ୍ତି।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.