Latest Odisha News

BREAKING NEWS

ସ୍ୱର୍ଗଠାରୁ କିଛି କମ ନୁହେଁ ନନ୍ଦନକାନନ

ବାରଙ୍ଗ : ନନ୍ଦନକାନନ ପରିଦର୍ଶନ କଲେ  । ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ-ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନନ୍ଦନକାନନ ଚିଡ଼ିଆଖାନା ପରିଦର୍ଶନ କରିବା ସହ  ନନ୍ଦନକାନନକୁ ପ୍ରଶଂସା କରି ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି କରିଛନ୍ତି ଶ୍ରୀ ଚୌବେ ।  ସେ କହିଛନ୍ତି ସ୍ୱର୍ଗ ଠାରୁ କିଛି କମ ନୁହେଁ ନନ୍ଦନକାନନ ଚିଡିଆଖାନା  । ପଶୁମାନଙ୍କୁ ଏଠି ଯେଉଁଭଳି ଭଲପାଇବା ଦିଆଯାଉଛି, ଯେଉଁଭଳି ସେମାନଙ୍କର ଯତ୍ନ ନିଆଯାଉଛି ତାହା ବାସ୍ତବିକ ପ୍ରଶଂସନୀୟ  । ନନ୍ଦନକାନନ ଚିଡିଆଖାନା ବୁଲିବା ପରେ ଏଭଳି  ପ୍ରତିକ୍ରିୟା ଦେଇଥିଲେ କେନ୍ଦ୍ର ଜଙ୍ଗଲ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ  ।

ଆଜି ସକାଳେ ନନ୍ଦନକାନନ ଚିଡିଆଖାନା ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ  । ବର୍ଷା ସତ୍ବେ କେନ୍ଦ୍ରମନ୍ତ୍ରୀ ନନ୍ଦନକାନନ ବୁଲିବା ସହ ସ୍ଥିତି ମଧ୍ୟ ପରଖିଥିଲେ  । ଆଗାମୀ ଦିନରେ ନନ୍ଦନକାନନ ଚିଡିଆଖାନାର ଉନ୍ନତି ପାଇଁ କେନ୍ଦ୍ର ସରକାର ଯଥା ସମ୍ଭବ  ସହଯୋଗ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି   ।

୨ ଦିନରେ ୨ କେନ୍ଦ୍ର ମନ୍ତ୍ରୀ ନନ୍ଦନକାନନ ପରିଦର୍ଶନ କରିଛନ୍ତି   । ଶନିବାର  କେନ୍ଦ୍ର ଜଙ୍ଗଲ-ପରିବେଶ କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ ପରିଦର୍ଶନ କରିଥିବା ବେଳେ  ଓ ଆଜି କେନ୍ଦ୍ର ଜଙ୍ଗଲ-ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ପରିଦର୍ଶନ କରିଥିଲେ  ।

 

Leave A Reply

Your email address will not be published.