ବ୍ରହ୍ମପୁର: ପୁଣି ଥରେ ବସ୍ ଭିତରୁ ପୁଳାପୁଳା ଟଙ୍କା ମିଳିବାକୁ ନେଇ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ ଥରେ ଏକ କୋଟି ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମଙ୍ଗଳବାର ମିଳିଛି ନଗଦ ୩୨ ଲକ୍ଷ ଟଙ୍କା।
ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପାଖରେ ସୂଚନା ପହଞ୍ଚିଥିଲା। ଏଣୁ ବିଭାଗର ଅଧିକାରୀମାନେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ବାଇପାସ୍ ପାଖରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଇପାସ୍ ଦେଇ ବୀଣାପଣି ନାମକ ଏକ ଘରୋଇ ବସ୍ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସନ୍ଦେହରେ ଅବକାରୀ ବିଭାଗର ଅଧିକାରୀମାନେ ବସ୍କୁ ଅଟକାଇ ତଲାସୀ କରିଥିଲେ। ଜଣେ ବଙ୍ଗୀୟ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରାଉଚରା କରାଯାଇଥିଲା। ତାଙ୍କ ପାଖରେ ଥିବା ବ୍ୟାଗ୍ ଯାଞ୍ଚ ବେଳେ ଭିତରୁ ୩୨ ଲକ୍ଷ ଟଙ୍କାର ନଗଦ ମିଳିଥିଲା। ଏନେଇ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚି ଥାନାକୁ ଟଙ୍କା ଆଣିଛନ୍ତି। ଉକ୍ତ ବଙ୍ଗୀୟ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଛି। ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୯ ତାରିଖରେ ମଧ୍ୟ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ଲାଞ୍ଜିପଲ୍ଲୀ ବାଇପାସ୍ ପାଖରେ ପାଟ୍ରୋଲିଂ ବେଳେ ଏକ ବସ୍ ଭିତରୁ ୧କୋଟି ୨୦ ଲକ୍ଷ ଟଙ୍କା ନଗଦ ଏବଂ ୨୩ଟି ସୁନା ବିସ୍କେଟ୍ ମିଳିଥିଲା। ଦୁଇ ଜଣ ସୁନା ବ୍ୟବସାୟୀ ଧରାପଡ଼ିଥିଲେ। ଟିକସ ଫାଙ୍କି ସୁନା କାରବାର ଚାଲିଥିବା ପୋଲିସ ସନ୍ଦେହ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାର ତଦନ୍ତ ଚାଲିଛି। ଏବେ ପୁଣି ଥରେ ମଙ୍ଗଳବାର ଏତେ ପରିମାଣର ନଗଦ ଟଙ୍କା ବସ୍ ଭିତରୁ ମିଳିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ତଦନ୍ତ ପରେ ହିଁ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
BREAKING NEWS
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ସମୀକ୍ଷା;ମାର୍ଚ୍ଚ ୨୦୨୭ ସୁଦ୍ଧା ହେବ ୨୨୦୦ ସ୍କୁଲ ନିର୍ମାଣ
- ବାଲେଶ୍ୱର ପୌରାଞ୍ଚଳରେ ଜଣ୍ଡିସ୍ ଆତଙ୍କ: ପାଇପ୍ ପାଣି ଯୋଗୁଁ ସଂକ୍ରମଣ ବଢୁଥିବା ସନ୍ଦେହ
- ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଅଣ-ପଞ୍ଜୀକୃତ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଚେତାବନୀ
- ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ;ଫୋକସରେ ପୌର ନିର୍ବାଚନ
- Cow Smuggling: କୁଖ୍ୟାତ ଗୋରୁ ମାଫିଆ ଘରେ ସର୍ଚ୍ଚ ଅପରେସନ;ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ
- ଜୁନିୟର ଏନଟିଆରଙ୍କ ନୂଆ ଫିଲ୍ମକୁ ନେଇ ସୃଷ୍ଟି ହେଲା ବିବାଦ
- ନର୍ସିଂ କଲେଜରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖ, ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନ :ସ୍ୱାସ୍ଥ୍ୟମନ୍ତ୍ରୀ
- kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍
- ଭେଣ୍ଡି କାଟିବା ବେଳେ ଲାଳ ବାହାରୁଛି କି? ଆପଣାନ୍ତୁ ଏହି ଛୋଟିଆ ଟ୍ରିକ୍, ରୋଷେଇ ହେବ ଆହୁରି ସ୍ୱାଦିଷ୍ଟ
- Illegal arms trafficking: ବେଆଇନ ଅସ୍ତ୍ରଶସ୍ତ୍ର କାରବାର; ପୃଥକ ମାମଲାରେ ୫ ଗିରଫ
Comments are closed.