ବ୍ରହ୍ମପୁର: ପୁଣି ଥରେ ବସ୍ ଭିତରୁ ପୁଳାପୁଳା ଟଙ୍କା ମିଳିବାକୁ ନେଇ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ ଥରେ ଏକ କୋଟି ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମଙ୍ଗଳବାର ମିଳିଛି ନଗଦ ୩୨ ଲକ୍ଷ ଟଙ୍କା।
ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପାଖରେ ସୂଚନା ପହଞ୍ଚିଥିଲା। ଏଣୁ ବିଭାଗର ଅଧିକାରୀମାନେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ବାଇପାସ୍ ପାଖରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଇପାସ୍ ଦେଇ ବୀଣାପଣି ନାମକ ଏକ ଘରୋଇ ବସ୍ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସନ୍ଦେହରେ ଅବକାରୀ ବିଭାଗର ଅଧିକାରୀମାନେ ବସ୍କୁ ଅଟକାଇ ତଲାସୀ କରିଥିଲେ। ଜଣେ ବଙ୍ଗୀୟ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରାଉଚରା କରାଯାଇଥିଲା। ତାଙ୍କ ପାଖରେ ଥିବା ବ୍ୟାଗ୍ ଯାଞ୍ଚ ବେଳେ ଭିତରୁ ୩୨ ଲକ୍ଷ ଟଙ୍କାର ନଗଦ ମିଳିଥିଲା। ଏନେଇ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚି ଥାନାକୁ ଟଙ୍କା ଆଣିଛନ୍ତି। ଉକ୍ତ ବଙ୍ଗୀୟ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଛି। ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୯ ତାରିଖରେ ମଧ୍ୟ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ଲାଞ୍ଜିପଲ୍ଲୀ ବାଇପାସ୍ ପାଖରେ ପାଟ୍ରୋଲିଂ ବେଳେ ଏକ ବସ୍ ଭିତରୁ ୧କୋଟି ୨୦ ଲକ୍ଷ ଟଙ୍କା ନଗଦ ଏବଂ ୨୩ଟି ସୁନା ବିସ୍କେଟ୍ ମିଳିଥିଲା। ଦୁଇ ଜଣ ସୁନା ବ୍ୟବସାୟୀ ଧରାପଡ଼ିଥିଲେ। ଟିକସ ଫାଙ୍କି ସୁନା କାରବାର ଚାଲିଥିବା ପୋଲିସ ସନ୍ଦେହ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାର ତଦନ୍ତ ଚାଲିଛି। ଏବେ ପୁଣି ଥରେ ମଙ୍ଗଳବାର ଏତେ ପରିମାଣର ନଗଦ ଟଙ୍କା ବସ୍ ଭିତରୁ ମିଳିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ତଦନ୍ତ ପରେ ହିଁ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.