Latest Odisha News

ଜମ୍ମୁ କାଶ୍ମୀରରେ ଘାଟି ତଳକୁ ଖସି ପଡିଲା ବସ୍, ୩୩ ମୃତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ସିରଫବାରୀ ସ୍ଥିତ କେଶୱନ ନିକଟରେ ସୋମବାର ଦିନ ଏକ ଯାତ୍ରୀବାହୀ ବସ ଘାଟି ତଳକୁ ଖସି ପଡିବା ଫଳରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଏକ ଯାତ୍ରୀବାହୀ ବସ କେଶୱନରୁ କିସ୍ତବାଡ ଅଭିମୁଖେ ଯାଉଥିବାବେଳେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି ।

ଏହି ଦୁର୍ଘଟଣାରେ ବସରେ ଥିବା ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଅନେକ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଅପରପକ୍ଷରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.