ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ବାଉଁଶିଆପଲ୍ଲୀ ଠାରେ ନକଲି ଗୁଟଖା ସାମ୍ରାଜ୍ୟ ଚଳାଇଥିବା ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି । ଗତ ଅଗଷ୍ଟ ୩୦ ତାରିଖରେ ସଦର ଥାନା ପକ୍ଷରୁ ବାଉଁଶିଆପଲ୍ଲୀ ଠାରେ ଥିବା ୩ଟି ନକଲି ଗୁଟଖା କାରଖାନା ଓ ଗୋଦାମରେ ଚଢଉ କରାଯାଇଥିଲା। ସେହି କାରଖାନାକୁ ନରେନ୍ଦ୍ର ସାହୁ ଚଳାଉଥିବା ବେଳେ ସେଠାରେ ୨୦ରୁ ଅଧିକ କର୍ମଚାରୀ କାମ କରୁଥିଲେ। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ଙ୍କ ନିର୍ଦେଶରେ ହୋଇଥିବା ଏହି ଚଢଉ ବେଳେ ସେହି କାରଖାନା ଓ ଗୋଦାମରୁ ପ୍ରାୟ ୩ କୋଟି ଟଙ୍କାର ନକଲି ଗୁଟଖା, କଞ୍ଚାମାଲ, ମସିନ, ଏକାଧିକ ଟ୍ରକ ଜବତ ହୋଇଥିଲା। ନରେନ୍ଦ୍ର ସାହୁ ଏଠାରେ ଗୁଟଖା ପ୍ରସ୍ତୁତ କରିବା ପରେ ସେଗୁଡ଼ିକ ବିଭିନ୍ନ ରାଜ୍ୟକୁ ପଠାଉଥିଲା। ତେବେ ଚଢଉ ପୂର୍ବରୁ ନରେନ୍ଦ୍ର ସାହୁ କେଉଁଆଡେ ଫେରାର ହୋଇଯାଇଥିଲା। ନରେନ୍ଦ୍ରକୁ ଧରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ଯୋଜନା ହୋଇଥିଲା । ତାଙ୍କ ମୋବାଇଲ ଟ୍ରାକିଂ ସହ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା ଚାଲିଥିଲା। ଏପଟେ ନରେନ୍ଦ୍ର ସାହୁ ଫେରାର ହେବା ପରେ ପୁଲିସ ପର୍ଯ୍ୟାୟକ୍ରମେ ତାଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୯ ଲକ୍ଷ ଟଙ୍କାକୁ ଅଚଳ କରି ଦେଇଥିଲା। ତଦନ୍ତ ବେଳେ ନରେନ୍ଦ୍ର ଭୁବେନଶ୍ବର ଥିବା ଜାଣିବା ପରେ ପୁଲିସର ଏକ ଟିମ ସେଠାକୁ ଯାଇ ଗିରଫ କରିଛି । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
BREAKING NEWS
- ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆସିଲା କୁନି ଅତିଥି
- ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୩ ଦିନ ଲାଗି ସ୍କୁଲ ଛୁଟି
- plane crash: ହଠାତ୍ ପାହାଡ଼ରେ ଧକ୍କା ହେଲା ଚାର୍ଟର୍ଡ ବିମାନ; ମୃତାହତଙ୍କ ସଂଖ୍ୟା ତଦନ୍ତ ପରେ…
- ମୃତଦେହକୁ କବର ନ ଦେଇ କେତେ ଦିନ ରଖାଯାଇପାରିବ, ଜାଣନ୍ତୁ ଏହାକୁ କିପରି କରାଯାଏ ସଂରକ୍ଷଣ?
- ଏହି ଦେଶଗୁଡ଼ିକରେ ଆବଶ୍ୟକ ହୁଏନି କୌଣସି ଟୋଲ୍ ଟ୍ୟାକ୍ସ
- ଆନ୍ତର୍ଜାତୀୟ ଟି୨୦ରେ ୨ଟି ଟିମ ଗଠନ କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ
- ବିଜେପିରେ ମିଶିବେ କି ପ୍ରଭାତ ?
- ଖରାପ ପାଗ ଯୋଗୁଁ ୪ ଘଣ୍ଟା ଆକଶରେ ଘୂରି ବୁଲିଲା ବିମାନ, ଯାତ୍ରୀଙ୍କ କରୁଣ ଭିଡିଓ…
- କଂଗ୍ରେସ ନା ବିଜେପି.. କିଏ ଓ କେଉଁ ରାଜ୍ୟରେ ମହିଳାଙ୍କୁ ପ୍ରଥମଥର ପାଇଁ କରାଗଲା ମୁଖ୍ୟମନ୍ତ୍ରୀ?
- ହରିୟାଣା ମାଟିରୁ ୟୁପି ନିର୍ବାଚନ ନେଇ ଅଖିଳେଶଙ୍କ ବଡ଼ ରାଜନୈତିକ ଘୋଷଣା
Comments are closed.