Latest Odisha News

ଦୁର୍ନୀତି ଅଭିଯୋଗରେ ଆପର ଆଉ ଜଣେ ବିଧାୟକ ଗିରଫ, ସକାଳେ ହୋଇଥିଲା ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିବାରଣ ଶାଖା (ଏସିବି) ପାଖାପାଖି ଆଠ ଘଣ୍ଟା ପଚରାଉଚରା କରିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଆଜି ଦିଲ୍ଲୀ ୱାକଫ ବୋର୍ଡ ଦୁର୍ନୀତି ମାମଲାରେ ଚଢାଉ ବେଳେ ତାଙ୍କ ବିରୋଧରେ ଅପରାଧ ସାମଗ୍ରୀ ରଖିଥିବାର ପ୍ରମାଣ ମିିଳିଛି। ଏହି ଆଧାରରେ ଏସିବି ଆପ୍ ବିଧାୟକଙ୍କୁ ଗିରଫ କରିଛି।

ବିଧାୟକ ଅମାନତୁଲ୍ଲା ଖାନ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଏସିବି ଚଢାଉ କରି ୨୪ ଲକ୍ଷ ଟଙ୍କା ଏବଂ ଦୁଇଟି ପିସ୍ତଲ ସମେତ ବହୁ ସଂଖ୍ୟକ ଲାଇଭ କାର୍ଟ୍ରିଜ ଜବତ କରିଛି। ଏହା ବ୍ୟତୀତ ଅନେକ ସମ୍ପତ୍ତିର ଦଲିଲ ମଧ୍ୟ ପାଇଛି ଏସିବି ।ଏବେ ଏହି ସୁବ ଦଲିଲ ଅନୁଯାୟୀ ଯାଞ୍ଚ ହେଉଛି। ବିଳମ୍ବିତ ରାତିରେ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ପ୍ରାୟ ଆଠ ଘଣ୍ଟା ପଚରାଉଚରା କରିବା ପରେ ଏସିବି ଅଧିକାରୀମାନେ ଗିରଫ କରିଥିଲେ।

ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗୁରୁବାର ଏସିବି ପକ୍ଷରୁ ସମନ ଜାରି କରାଯାଇ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପଚରାଉଚରା କରିବା ପାଇଁ କୁହାଯାଇଥିଲା। ଏସିବି ଦୁର୍ନୀତି ସମେତ ଅନ୍ୟ ବିଭାଗ ଅଧୀନରେ ୨୦୨୦ ମସିହାରେ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା, ଯାହା ଏସିବି ଦ୍ୱାରା ତଦନ୍ତ କରାଯାଉଥିଲା। ବିଧାୟକ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ପଦର ଅପବ୍ୟବହାର କରିବା ସହିତ ଅନେକ ଲୋକଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି।

ଏସିବି ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ନରେ ଅମାନତୁଲ୍ଲା ଏସିବି ମୁଖ୍ୟାଳୟ ସିଭିଲ୍ ଲାଇନ୍ସ ବିକାଶ ଭବନରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ସମନ ହୋଇଥିଲା। ଜେରା ଚାଲିଥିବାବେଳେ ଅନ୍ୟ ଏସିବି ଦଳ ତାଙ୍କ ବାସଭବନ ଜାମିଆ ଚହଲା ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଚଢାଉ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆପର ଅନ୍ୟତମ ବିଧାୟକ ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏବେ ସେ ତିହାର ଜେଲରେ ରହିଛନ୍ତି। ସେହିପରି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।

Comments are closed.