Latest Odisha News

BREAKING NEWS

ଭାରତର ଆଭିମୁଖ୍ୟ ଦେଖି ଚିଡ଼ିଗଲା ପାକିସ୍ତାନ

ଉଜବେକିସ୍ତାନ: ଆସନ୍ତା ବର୍ଷ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବ। ଏଥିପାଇଁ ଚୀନ୍ ସମେତ ଅନେକ ଦେଶ ଭାରତକୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। କିନ୍ତୁ ପାକିସ୍ତାନ ଏ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଆସନ୍ତା ବର୍ଷ ଭାରତ ଏସସିଓ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବ। ପାକିସ୍ତାନ ଏହି ସମ୍ମିଳନୀରେ ଯୋଗଦେବ କି ନାହିଁ ତାହା ସ୍ଥିର ହୋଇନାହିଁ। ଅନ୍ୟପଟେ ଏସସିଓ ଦେଶ ମାନଙ୍କ ମଧ୍ୟରେ ଗମନାଗମନ ବ୍ୟବସ୍ଥା ଭଲ ରହିବା ଦରକାର ବୋଲି ଭାରତ ଏହି ମଞ୍ଚରେ ନିଜର ଆଭିମୁଖ୍ୟ ରଖିବା ପରେ ଚିଡି ଯାଇଛି ପାକିସ୍ତାନ।

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସେ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ଆମେ ଆଶା କରୁଛୁ ପାକିସ୍ତାନ FATF ତାଲିକାରୁ ବାଦ ପଡିବ ବୋଲି ସେ କହିଛନ୍ତି। ଆମେ ଆତଙ୍କବାଦ ମୁକାବିଲା କରିବାକୁ ଚାହୁଁଛୁ। ଏହା ଆମର ପ୍ରାଥମିକତା। ଆମେ ଏହା ପ୍ରତି ପ୍ରତିବଦ୍ଧ। ଏଥି ସହିତ, ଗମନାଗମନ ବାଣିଜ୍ୟ ପ୍ରସଙ୍ଗରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଜରଦାରୀ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ପରସ୍ପର ବିରୋଧ କରିଛନ୍ତି। ଜାରଦାରୀ କହିଛନ୍ତି ଯେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ଗମନାଗମନ ବାଣିଜ୍ୟ ଚାହୁଁଛନ୍ତି।

ପାକିସ୍ତାନରେ ବନ୍ୟା ପରିସ୍ଥିତି ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଆମେ ଭାରତରୁ ସାହାଯ୍ୟ ମାଗି ନାହୁଁ। ଆମେ ଆମ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ, ଅନେକ ଲୋକ ମଣିଷ ଭାବରେ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି। ବନ୍ୟା ଯୋଗୁଁ ପ୍ରାୟ 3.3 କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଦସ୍ୟ ଦେଶମାନେ ପରସ୍ପରକୁ ଗମନାଗମନ ଅଧିକାର ଦେବା ଉଚିତ୍। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ଗାଳିଗୁଲଜ କରିଥିଲେ ବୋଲି ସେ କହିଛନ୍ତି।

Comments are closed.