Latest Odisha News

BREAKING NEWS

ମେନ ଇନ ବ୍ଲୁର ଉନ୍ମୋଚିତ ହେଲା ଜର୍ସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି । ମେନ ଇନ ବ୍ଲୁ ଏଥର ନୂତନ ରୂପରେ ପଡିଆକୁ ଓହ୍ଲାଇବେ । ବିସିସିଆଇର ସ୍ପୋର୍ଟ୍ସ କିଟ ପ୍ରାୟୋଜକ ଏମପିଏଲ ରବିବାର ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନୂତନ ଜର୍ସି ଜାରୀ କରିଥିଲା । ଏମପିଏଲ ଇନଷ୍ଟାଗ୍ରାମ ପେଜରେ ଏହାର ଫଟୋ ମଧ୍ୟ ଶେୟାର କରିଛି । ଏଥିରେ ଅଧିନାୟକ ରୋହତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ହରମନପ୍ରୀତ କୌର, ସୂର୍ଯ୍ୟକୁମାର ଯାଦବଙ୍କୁ ଜାରୀ କରାଯାଇଥିବା ପ୍ରଥମ ପୋଷ୍ଟରରେ ଦେଖିବାକୁ ମିଳିଛି । ତେବେ ପ୍ରଶଂସକଙ୍କୁ ଏହି ଜର୍ସି କେତେକ ପସନ୍ଦ ଆସୁଛି ତାହା ଆଗାମୀ ଦିନରେ ଜଣାପଡିବ । ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଦୁଇ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୀମିତ ଓଭର ବିଶିଷ୍ଟ ସିରିଜ ଖେଳିବ । ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

ବିସିସିଆଇ ଏହି ଜର୍ସି ଶେୟାର କରିବା ପରେ ଲେଖିଛି, ଭାରତର ସମସ୍ତ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏହି ଜର୍ସି ଉନ୍ମୋଚିତ ହୋଇଛି । ନୂତନ ଜର୍ସିରେ ପୂର୍ବାପେକ୍ଷା ସାମନ୍ୟ ପରିବର୍ତନ କରାଯାଇଛି । ହାଲକା ନୀଳ ରଙ୍ଗର ଟିଶର୍ଟ ହୋଇଥିବା ବେଳେ କାନ୍ଧ ପାଖରେ ଏହାକୁ ଗାଢ଼ ରଖାଯାଇଛି । ଜର୍ସିରେ ୩ଟି ଷ୍ଟାର ଭାରତର ବିଶ୍ୱକପ ବିଜୟକୁ ଦର୍ଶାଉଛି । ସୂଚନାଯୋଗ୍ୟ, ଭାରତ ୧୯୮୩, ୨୦୦୭ ଓ ୨୦୧୧ରେ ବିଶ୍ୱକପ ଜିତିଛି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତୀୟ ଖେଳାଳିମାନେ ଏହି ନୂତନ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବେ ।

Comments are closed.