Latest Odisha News

BREAKING NEWS

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଋଷ ଏହାକୁ ବରଦାସ୍ତ କରିବ ନାହିଁ । ବରଂ କେହି ଆକ୍ରମଣ କଲେ ଋଷ ପାଖରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ରରେ ପ୍ରତି ଆକ୍ରମଣ କରାଯିବ ବୋଲି କହିଛନ୍ତି ପୁଟିନ୍ ।

ଟେଲିଭିଜନ୍ ଯୋଗେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ଆମକୁ ବ୍ଲାକମେଲ୍ କରାଯାଉଛି । ଦେଶକୁ ସୁରକ୍ଷା ଦେବାକୁ ଯାଇ ଆମେ ସବୁ ଅସ୍ତ୍ର ପ୍ରୟୋଗ କରିବୁ । ଏଥିସହ ୨ ମିଲିୟନ୍ ରିଜର୍ଭ ମିଲିଟାରୀ ଫୋର୍ସକୁ ମୁତୟନ ପାଇଁ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.