Latest Odisha News

BREAKING NEWS

ସଂରକ୍ଷିତ ଜଙ୍ଗଲରେ ଥିବା କୁଣ୍ଡାଖୋଲ ଆଶ୍ରମ ସିଲ୍, ଖଣ୍ଡିଆ ବାବାଙ୍କୁ ବାନ୍ଧିଲା ବନ ବିଭାଗ

କାମାକ୍ଷାନଗର: ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ବେଆଇନ୍ ଆଶ୍ରମକୁ ସିଲ୍ କରିଛି ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ଜଙ୍ଗଲର ଅଢ଼େଇ ଏକର ଜମିକୁ ଅକ୍ତିଆର କରି ରଖିଥିଲେ ଖଣ୍ଡିଆ ବାବା । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଶ୍ରମ କରି ଖଣ୍ଡିଆ ବାବ ଓରଫ୍ ଅନନ୍ତ ଚରଣ ଦାସ ।

ଦୀର୍ଘ ଦିନ ହେଲା ବାବା ସେଠାରେ ରହି ଆସୁଥିବା ବେଳେ ଏବେ ବନ ବିଭାଗ ଆଶ୍ରମକୁ ସିଲ୍ କରିବା ସହ ଖଣ୍ଡିଆ ବାବାଙ୍କୁ ଗିରଫ କରିଛି । ଖଣ୍ଡିଆ ବାବାଙ୍କୁ ଗିରଫ ପରେ ଲୋକେ କହିଛନ୍ତି ପ୍ରଶାସନ ଠାକୁରଙ୍କୁ ଉଠାଇ ଆଶ୍ରମକୁ ଭାଙ୍ଗି ଦେଉ । ଜଣେ ବ୍ୟବସାୟୀରୁ ବାବା ସାଜିଛନ୍ତି ଅନନ୍ତ ଚରଣ ଦାସ ।

ରାଜନୈତିକ ହିଂସାରେ ୧୯୮୪ ମସିହାରେ ଅନନ୍ତ ଏକ ହାତ ହରାଇଥିଲେ । ତା’ପରେ ସେ ଅନନ୍ତରୁ ପାଲଟି ଯାଇଥିଲେ ଖଣ୍ଡିଆ ବାବା । ପ୍ରଥମେ କାମାକ୍ଷାନଗର ବ୍ଲକର ବିଜାଡିହ, ସମାଟାଙ୍ଗି ପରେ କଙ୍କିଳି କୁଣ୍ଡଖୋଲ ଆଶ୍ରମରେ ରହୁଥିଲେ । ଖଣ୍ଡିଆ ବାବାଙ୍କୁ ବନ ବିଭାଗ ଗିରଫ କରିଥିବା ବେଳେ ଜବର ଦଖଲରେ ଥିବା ଆଶ୍ରମକୁ ଭଙ୍ଗାଯିବ ବୋଲି କହିଛନ୍ତି ଫରେଷ୍ଟର ।

Leave A Reply

Your email address will not be published.