Latest Odisha News

BREAKING NEWS

ଦଶହରା ରାଲୀ ନେଇ ଉଦ୍ଧବଙ୍କ ବଡ ବିଜୟ

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲୀ ବିବାଦରେ ଉଦ୍ଧବ ଠାକରେ ବିଜୟ ହାସଲ କରିଛନ୍ତି । ବମ୍ବେ ହାଇକୋର୍ଟ ଏଥିପାଇଁ ଉଦ୍ଧବ ଠାକରେଙ୍କ ଶିବସେନାକୁ ଅନୁମତି ପ୍ରଦାନ କରିଛି । ଶିବାଜୀ ପାର୍କରେ ରାଲୀ କରିବା ପାଇଁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ଅନୁମତି ମାଗିଥିଲେ । ମାତ୍ର ଏହି ଲଢ଼େଇରେ ଉଦ୍ଧବ ଗୋଷ୍ଠୀ ବାଜି ମାରିଛନ୍ତି । ପ୍ରକୃତ ଶିବସେନା କିଏ ସେ ନେଇ ତାହା ସମାଧାନ ହୋଇ ନ ଥିବାରୁ ସିନ୍ଦେ ଗୋଷ୍ଠୀର ଆବେଦନକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଶିବସେନାର ଅଧିକାଂଶ ନେତା, ଜନ ପ୍ରତିନିଧି ସିନ୍ଦେଙ୍କୁ ସମର୍ଥନ କରୁଥିବାରୁ ଏଠାରେ ଦଶହରା ରାଲୀ କରିବା ପାଇଁ ଅନୁମତି ଦିଆଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାରୁ ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ କାହାକୁ ଅନୁମତି ପ୍ରଦାନ କରାଯାଇ ନ ଥିଲା ।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ୨ବର୍ଷ ଏହି ରାଲୀ ହୋଇନାହିଁ । ତାହା ପୂର୍ବରୁ ୧୯୬୬ରୁ ଶିବସେନା ପକ୍ଷରୁ ଏଠାରେ ଦଶହରା ରାଲୀ ଧୂମାଧାମରେ ଆୟୋଜନ କରାଯାଇଥାଏ । ଏବେ କୋର୍ଟ ଅନୁମତି ପାଇବା ପରେ ରାଜ୍ୟର ସମସ୍ତ ଶିବସେନା ଏଥିରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.