Latest Odisha News

BREAKING NEWS

ଶବ ସହ ୧୮ ମାସ ରହିଥିଲେ ଏହି ପରିବାର !

କାନପୁର: କାନପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଆୟକର ଅଧିକାରୀ ବିମଲେଶ ସୋନକରଙ୍କ ଶବ ସହ ତାଙ୍କ ପରିବାରବର୍ଗ ୧୮ ମାସ ଧରି ରହିଥିଲେ ମଧ୍ୟ କେହି ଏ ସମ୍ପର୍କରେ ଜାଣିପାରି ନ ଥିଲେ । ପରିବାର ଲୋକେ ସେ କୋମାରେ ଥିଲେ ବୋଲି କହୁଥିବା ବେଳେ ଡାକ୍ତର କିନ୍ତୁ ତାଙ୍କ ମୃତ୍ୟୁ ଘଟିଥିବା କହିଛି । ସୂଚନାଯୋଗ୍ୟ, ବିମଲେଶ ଆୟକର ବିଭାଗରେ ଏଓ ଥିବା ବେଳେ ତାଙ୍କ ପତ୍ନୀ ମିତାଲୀ କୋଅପରେଟିଭ ବ୍ୟାଙ୍କରେ ଚାକିରୀ କରୁଥିଲେ । ୨୨ ଏପ୍ରିଲ ୨୦୨୧ରେ କରୋନାର ଦ୍ୱିତୀୟ ଲହରୀରେ ବିମଲେଶ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଜଣାଇଥିଲେ । ଘରେ ଅନ୍ତିମ ସଂସ୍କାର ନେଇ ପ୍ରସ୍ତୁତ ଚାଲିଥିବା ବେଳେ ସେ ବଂଚିଥିବା କହି ପରିବାରବର୍ଗ ଘରକୁ ନେଇ ଯାଇଥିଲେ । ସାଇ ପଡିଶା ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ନେଇଥିଲେ ।

୧୮ ମାସ ଧରି ବିମଲେଶ ଚାକିରୀକୁ ନ ଆସିବାରୁ ଡିଏମ ସିଏମଓଙ୍କ ଅଧ୍ୟତାରେ ଏକ ଯାଂଚ ଟିମ ତାଙ୍କ ଘରକୁ ପଠାଇବା ପରେ ସମ୍ପୂର୍ଣ୍ଣ ରହସ୍ୟ ସମ୍ମୁଖକୁ ଆସିଥିଲା । ଏବେ ତାଙ୍କ ବଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହା ପରେ ସେ ଦୀର୍ଘ ଦିନ ମୃତ୍ୟୁବରଣ କରିଥିଲେ କି ନାହିଁ ତାହା ଜଣାପଡିବ । ତେବେ ଗୋଟିଏ ଘରେ ସେମାନେ କିପରି ଶବ ସହିତ ରହୁଥିଲେ ତାହା ଏକ ବଡ ପ୍ରଶ୍ନ । ସେହିପରି ପଡୋଶୀ ଘର କିମ୍ବା ଆଖପାଖ ଲୋକ କିପରି ଜାଣିପାରିଲେ ନାହିଁ । ପରିବାର ଲୋକେ ସବୁ ଦିନ ଅକ୍ସିଜେନ ସିଲଣ୍ଡର ମଗେଇଥାନ୍ତି । ଏହି ଘଟଣା ଏବେ ସମ୍ପୂର୍ଣ୍ଣ ଅଂଚଳରେ ଆଲୋଚ୍ୟ ବିଷୟ ହୋଇଛି । ତଦନ୍ତ ପରେ ସବୁ କିଛି ସମ୍ମୁଖକୁ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.