Latest Odisha News

BREAKING NEWS

ବିଷ୍ଣୁ ସେଠୀଙ୍କ ଏକାଦଶହରେ ଯୋଗଦେବେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ

ଭଦ୍ରକ: ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶହରେ ଯୋଗ ଦେବେ ବିଜେପି ସଭାପତି ଜେ.ପି ନଡ୍ଡା। ଭଦ୍ରକ ଜିଲ୍ଲା ତିହିଡିରେ ବିଷ୍ଣୁ ସେଠୀଙ୍କ ଏକାଦଶହ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଖାପାଖି 10 ହଜାର ଲୋକଙ୍କ ପାଇଁ ପକ୍ତି ଭୋଜନର ଆୟୋଜନ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ବିଧାନସଭାରେ ଦଳର ଉପନେତାଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଗୋଟିଏ ବଡ଼ ଝଟକା। ଏଥିସହ ଭଦ୍ରକ ଜିଲ୍ଲା ମଧ୍ୟ ଜଣେ ଟାଣୁଆ ନେତାଙ୍କୁ ହରାଇଛି। ଦିଂବଗତ ବିଧାୟକ ଚଳିତ ମାସ 30 ତାରିଖରେ ରହିଛି। ଏହି ସମୟରେ ବିଜେପିର ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନଡ୍ଡା ଭଦ୍ରକ ଆସି ଦଳୀୟ ନେତାଙ୍କ ଏକଦାଶହରେ ସାମିସ ହେବାର ସୂଚନା ରହିଛି। ଏ ନେଇ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ନଡ୍ଡାଙ୍କ ସମେକ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୂରନ୍ଦେଶ୍ବରୀ. କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଚ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆୟୋଜିତ ବୈଠକରେ ସ୍ବର୍ଗତ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବିଜେପିର ଅନେକ ନେତା ଓ ଗ୍ରାମବାସୀ ଯୋଗଦେଇ ଥିଲେ।

Leave A Reply

Your email address will not be published.