Latest Odisha News

HSRP ନେଇ ଆସିଲା ବଡ଼ ଖବର, ନ ଲଗାଇଥିଲେ ବି ମିଳିବ ଛାଡ଼

ଭୁବନେଶ୍ୱର: ଅବଧି ସରି ସରି ଆସୁଥିବା ବେଳେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ବୁକିଂ ତ ହେଉଛି କିନ୍ତୁ ଡେଟ୍ ମିଳୁନି । ଏଭଳି ସ୍ଥିତିରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୋମବାର ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି । ଯେଉଁମାନେ ଅବଧି ଶେଷ ପୂର୍ବରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ଅନଲାଇନରେ ଆବେଦନ କରିଛନ୍ତି କିନ୍ତୁ ଗାଡ଼ିରେ ଲାଗି ପାରିନି । ସେମାନଙ୍କୁ ଚେକିଂରୁ ଛାଡ଼ ପାଇବେ ।

ଅନଲାଇନ୍ ବୁକିଂ ସ୍ଲିପ୍ ଗାଡ଼ି ଚାଳକ ଦେଖାଇଲେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିବ ନାହିଁ । ଆଉ ଯଦି ସ୍ଲିପ୍ ନଥିବ କିମ୍ବା ଆବେଦନ କରି ନଥିବେ ତାହେଲେ ୫ ହଜାରରୁ ନେଇ ୧୦ ହଜାର ଟଙ୍କା ଗାଡ଼ି ଅନୁସାରେ, ଜରିମାନା ଦେବାକୁ ପଡ଼ିବ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସ୍ଲଟ୍ ମିଳୁନଥିବା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

Big Relief For Vehicle Owners Waiting For Fitment Of HSRP In Odisha

ସେପ୍ଟେମ୍ବର ୧୫ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ- ଯେଉଁ ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩ ଓ ୪ ଥିବ । ସେମାନେ ଅକ୍ଟୋବର ୧ ସୁଦ୍ଧା ନମ୍ବର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇ ନଥିଲେ ଜରିମାନା ଦେବାକୁ ପଡ଼ିବ । ସେହିଭଳି ଅକ୍ଟୋବର ୩୧ ସୁଦ୍ଧା ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୫, ୬ ଥିଲେ ଲଗାଇବାକୁ ପଡ଼ିବ ।

୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଜୁନ୍ ୧ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.