Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଯାହାହେଉ ସମ୍ଭବ ଆଉ ପିଲାମାନେ ଆସିବା ପୂର୍ବରୁ ଛାତିର କୋହ ସବୁକୁ ଆଖିର ଲୁହ ଦେଇ ବାହାର କରି ଦେଇଚି ! ବାସ୍ ଏଥର ଖୁସିରେ ରହିବାର ଅଭିନୟ କରିବାକୁ ଆଉ ଏତେ କଷ୍ଟ ହେବନି ଆସ୍ଥାକୁ !

ଘଟଣାଟି ସତ ଏକଥା କେମିତି କାହାଠାରୁ କେମିତି ଜାଣିବି ? ତାଙ୍କ ବିଷୟରେ ତ ମୁଁ କିଛି ବି ଜାଣିନି ,କାହା ନମ୍ବର ବି ମୋ ପାଖରେ ନାହିଁ । ସ୍ୱପ୍ନିଲ , କଥା ଛଳରେ କେତେ ଥର ତାଙ୍କ ମାଆଙ୍କ ସହିତ କଥା କରେଇଛନ୍ତି ହେଲେ କେବେ ବି ଘର ଲୋକଙ୍କର ନମ୍ବର ଦେବାକୁ ଇଚ୍ଛା କରି ନାହାନ୍ତି ସେ ! ଆସ୍ଥା ବି କେବେ ଜିଦ କରି ଫୋନ ନମ୍ବର ମାଗି ରଖି ନଥିଲା !

ଅସୁମାରୀ ଦୁଃଖର ପାହାଡ଼କୁ ଛାତି ତଳେ ଆଉ ଲୁହର ସମୁଦ୍ରକୁ ଆଖି ଦୁଇଟିରେ ଚାପି ରଖି ଗୋଟେ ଭଲ ସ୍ତ୍ରୀ ଆଉ ମାଆର ଅଭିନୟ ଅତି ସୁନ୍ଦର ଭାବରେ କରିବାରେ ବ୍ୟସ୍ତ ରହିଥିଲା ସେ ! ସମ୍ଭବଙ୍କର ପୁରୁଣା ଅଭ୍ୟାସ ଯେତେ ନିଉଜ ପେପର ପଢିଲେ ବି ,ସନ୍ଧ୍ୟା ସାତଟାରେ ଟି ଭିରୁ ନ୍ୟୁଜ ନଦେଖିଲେ ତାଙ୍କୁ ଭଲ ଲାଗେନି । ଟି ଭି ସୁଇଚ ଅନ କରୁ କରୁ ହେଡ ଲାଇନ୍ସରେ ସଡକ ଦୁର୍ଘଟଣାରେ କାର ଡ୍ରାଇଭର ସମେତ ସ୍ୱପ୍ନିଲ ନାମକ ଚାଳିଶିରୁ ପଇଁଚାଳିଶ ବର୍ଷୀୟ ଯୁବକଙ୍କର ମୃତ୍ୟୁକୁ ନେଇ ପୁଲିସର ତନାଘନା !

ଆସ୍ଥା ,ସମ୍ଭବଙ୍କ ହାତକୁ ଚା କପଟା ବଢ଼ାଉ ବଢ଼ାଉ ହଠାତ୍ ତା ହାତରୁ ଚା’ କପ ପଡି ଗୁଣ୍ଡ ହୋଇ ଯାଇଥିଲା ! ସମ୍ଭବ ପଚାରିଲେ ,କ’ଣ ହେଲା ତମେ ଏମିତି ବ୍ୟସ୍ତ ଜଣା ପଡୁଛ ଯେ ? ଚା କପଟା ହାତରୁ ପଡି ଭାଙ୍ଗିଗଲା ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି ? ଯାଅ ଆଉ ଦୁଇ କପ ଚାଆ କରିକି ଆଣ ମିଶିକି ପିଇବା ।

ଘଟଣାଟିର ସତ୍ୟା ସତ୍ୟ ଜାଣିଲା ପରେ ଭିତରେ ଭିତରେ ଆହୁରି ଅଧିକ ଅଧିକ ଭାଙ୍ଗି ପଡୁଥିଲା ଆସ୍ଥା !! ପରଦିନଠାରୁ ଦଶ ଦିନ ପର୍ଯ୍ୟନ୍ତ ସ୍ୱପ୍ନିଲଙ୍କ ପାଇଁ ମାନି ଥିଲା ! ସମ୍ଭବଙ୍କୁ ସନ୍ଦେହ କରିବାକୁ ବି ଅବସର ଦେଇ ନଥିଲା ଆସ୍ଥା !

 

କ୍ରମଶଃ…

Leave A Reply

Your email address will not be published.