ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି। ଶେଷ ଖବର ମିଳିବା ସୁଦ୍ଧା ତାଙ୍କର ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଏବଂ ଗୋଟିଏ ଦୁଇ ମହଲା ଘର ସହିତ ୨ଟି ପ୍ଲଟ୍ ମିଳିଛି। ସେହିଭଳି ଘରୁ ନଗଦ ୧ଲକ୍ଷ ୩୮ ହଜାର ଟଙ୍କା ସହିତ ବ୍ୟାଙ୍କ, ପୋଷ୍ଟାଲ୍ ଏବଂ ବୀମାରେ ପ୍ରାୟ ୪୦ ଲକ୍ଷ ଟଙ୍କା ମଧ୍ୟ ମିଳିଛି। ସେ ଗୋଟିଏ ହ୍ୟୁଣ୍ଡାଇ କାର୍ ଚଢ଼ୁଥିଲେ। ଉକ୍ତ ଗାଡ଼ିଟି ଜଣେ ଠିକାଦାରଙ୍କ ନାଁରେ ରହିଥିବା ଜଣାପଡ଼ିଛି। ସେହିଭଳି ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ ମିଳିଥିବା ବେଳେ ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ସକାଳେ ଭିଜିଲାନ୍ସ ତରଫରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଏଥିରେ ଜଣେ ଅତିରିକ୍ତ ଏସ୍ପି, ୮ଜଣ ଡିଏସପି ଏବଂ ୯ଜଣ ଇନସପେକ୍ଟର ସାମିଲ ଅଛନ୍ତି। ଯନ୍ତ୍ରୀ ସାହୁ ବାଘୁଆ ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ଚଢ଼ଉ ଜାରି ରହିଥିବା ବେଳେ ସମ୍ପତ୍ତିର ଆକଳନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ
- କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା
- ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼, ଭିଡିଓ ଭାଇରାଲ
- ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆଜି ଶେଷ ହେଉଛି ପ୍ରଚାର
- ଟୁରିଷ୍ଟ ବସ୍ରେ ନିଆଁ ଲାଗି ୮ ମୃତ, ୨୪ ଆହତ
- ଆଜି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, କାହିଁକି ପାଳିତ ହୁଏ ଏହି ଦିବସ
- ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
- ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
- ବାହାରୁ ଆସିଥିବା କଳାପାହାଡ ହାତରେ ଓଡିଶା ମାଟିର ଇଜ୍ଜତ୍କୁ ଟେକି ଦେଇପାରିବିନି: ଅନୁଭବ ମହାନ୍ତି
- ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି