ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍, ଅତିରିକ୍ତ ଏସ୍ପି ଅସୀମ ପଣ୍ଡା ଏବଂ ରମେଶ ସେଠୀ, ବ୍ରହ୍ମପୁର ଟାଉନ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ମହିଳା ଥାନାରେ ଶିଶୁମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ ଉଦ୍ଧେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀ କିମ୍ବା ପୀଡ଼ିତଙ୍କ ସାଥୀରେ ଥାନାକୁ ଆସୁଥିବା ଶିଶୁଙ୍କୁ ଏଠାରେ ରଖାଯିବ। ବିନା ଭୟରେ ଶିଶୁଟିଏ ଯେମିତି ଶାନ୍ତିରେ ରହିପାରିବ, ତାହାର ବ୍ୟବସ୍ଥା କରାଯାଇଛି। ଏଠାରେ ବିଶ୍ରାମ ସ୍ଥାନ, ସ୍ବତନ୍ତ୍ର ପରିଶ୍ରାଗାର, ଦୁଗ୍ଧପାନ ସ୍ଥାନ, ଖେଳଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। କାନ୍ଥବାଡ଼ରେ ମଧ୍ୟ ଭଳିକି ଭଳି ଚିତ୍ର ଅଙ୍କନ ହୋଇଛି। ଶିଶୁଙ୍କ ମାନସିକ ସ୍ଥିତିକୁ ବୁଝି ଥାନାକୁ ରୂପରଙ୍ଗ ଦିଆଯାଇଛି ବୋଲି ଏସ୍ପି ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଇଜି ଭୋଇ ୱାନଷ୍ଟପ ସେଣ୍ଟର, ଶିଶୁ ମଙ୍ଗଳ କମିଟି, ଚାଇଲଡ ଲାଇନ କର୍ମଚାରୀଙ୍କ ସହିତ ଥାନା ସଂପର୍କରେ ଆଲୋଚନା କରିଥିଲେ।
BREAKING NEWS
- ‘ସୋଲାର ରଥ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ; ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ
- ଗୋପାଳପୁର ଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ; ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ…
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
Comments are closed.