ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍, ଅତିରିକ୍ତ ଏସ୍ପି ଅସୀମ ପଣ୍ଡା ଏବଂ ରମେଶ ସେଠୀ, ବ୍ରହ୍ମପୁର ଟାଉନ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ମହିଳା ଥାନାରେ ଶିଶୁମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ ଉଦ୍ଧେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀ କିମ୍ବା ପୀଡ଼ିତଙ୍କ ସାଥୀରେ ଥାନାକୁ ଆସୁଥିବା ଶିଶୁଙ୍କୁ ଏଠାରେ ରଖାଯିବ। ବିନା ଭୟରେ ଶିଶୁଟିଏ ଯେମିତି ଶାନ୍ତିରେ ରହିପାରିବ, ତାହାର ବ୍ୟବସ୍ଥା କରାଯାଇଛି। ଏଠାରେ ବିଶ୍ରାମ ସ୍ଥାନ, ସ୍ବତନ୍ତ୍ର ପରିଶ୍ରାଗାର, ଦୁଗ୍ଧପାନ ସ୍ଥାନ, ଖେଳଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। କାନ୍ଥବାଡ଼ରେ ମଧ୍ୟ ଭଳିକି ଭଳି ଚିତ୍ର ଅଙ୍କନ ହୋଇଛି। ଶିଶୁଙ୍କ ମାନସିକ ସ୍ଥିତିକୁ ବୁଝି ଥାନାକୁ ରୂପରଙ୍ଗ ଦିଆଯାଇଛି ବୋଲି ଏସ୍ପି ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଇଜି ଭୋଇ ୱାନଷ୍ଟପ ସେଣ୍ଟର, ଶିଶୁ ମଙ୍ଗଳ କମିଟି, ଚାଇଲଡ ଲାଇନ କର୍ମଚାରୀଙ୍କ ସହିତ ଥାନା ସଂପର୍କରେ ଆଲୋଚନା କରିଥିଲେ।
BREAKING NEWS
- Republic Day: ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
- Triple Murder: ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
- ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
Comments are closed.