Latest Odisha News

ପୁଅ ମାଡ଼ରେ ବାପା ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଘାଂସିବିଲି ଗ୍ରାମରେ ପୁଅର ମାଡ଼ରେ ବାପାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୭୨ ବର୍ଷୀୟ ପ୍ରଭାକର ସାହୁ। ପୁଅ ଅନ୍ତର୍ୟ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ସେଥିରେ ପୁଅ ଉତକ୍ଷୀପ୍ତ ହୋଇ ବାପାକୁ ଜୋରରେ ଆଘାତ ଦେଇଥିଲା। ଫଳରେ ସେ ଗୁରୁତର ଆହାତ ହୋଇ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏନେଇ ପ୍ରଭାକରଙ୍କ ସ୍ତ୍ରୀ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି। ଘଟଣା ସ୍ଥଳରେ ସାଇନଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.