Latest Odisha News

ଯେଉଁ ନିୟମକୁ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଗଡକରୀ ଉତ୍ସାହିତ ଥିଲେ ଏବେ ଟାଳିଲେ କାହିଁକି?

ନୂଆଦିଲ୍ଲୀ: ବିଜନେସ ଟାଇକୁନ ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହି ନିୟମ ଅକ୍ଟୋବର ୧ ଅର୍ଥାତ ଆଜିଠୁ ସାରା ଦେଶରେ ଲାଗୁ ହେବ ବୋଲି ବୋଲି ଘୋଷଣା କରିଥିଲେ । ଏବେ କିନ୍ତୁ  ହଠାତ୍ ଶୁକ୍ରବାର ଦିନ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ବର୍ଷେ ପରେ ଏହି ନିୟମ ଲାଗୁ ହେବ ବୋଲି ସୂଚନା ରହିଛି।

ଏବେ ପ୍ରଶ୍ନ ଉଠୁଛି ଯେ, ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏୟାରବ୍ୟାଗ ବାଧ୍ୟତାମୂଳକ କରିଥିଲେ ବୋଲି କହିଥିଲେ ।ଯାହାକୁ ଆଜିଠାରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ବୋଲି ସରକାର ଜାନୁଆରୀରେ ପରେ ମାସେ ତଳେ ମନ୍ତ୍ରୀ ସମାନ କଥା ଦୋହରାଇଥିଲେ। କିନ୍ତୁ ଏବେ କାର ନିର୍ମାତାଙ୍କ ଚାପରେ ଏପରି ମୁଣ୍ଡ ନୁଆଁଲେ କି?

କେନ୍ଦ୍ରମନ୍ତ୍ରୀ ଗଡକରୀ ଏପରି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଟ୍ୱିଟ୍ କରି କହିଛନ୍ତି ଯେ ଅଟୋ ଇଣ୍ଡଷ୍ଟ୍ରି ବର୍ତ୍ତମାନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ବିଶ୍ୱ ଯୋଗାଣ ଶୃଙ୍ଖଳା ଏବଂ ଅନ୍ୟ ଦୃଷ୍ଟିକୋଣକୁ ଦେଖି ଅକ୍ଟୋବର ୧, ୨୦୨୩ଠୁ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତାବିତ ନିୟମକୁ କେବଳ ସ୍ଥଗିତ ରଖାଯାଇଛି ଏବଂ ରଦ୍ଦ କରାଯାଇ ନାହିଁ ବୋଲି ସେ ଟୁଇଟ୍ କରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଏକ ବିଜ୍ଞପ୍ତି ଜାରି କରିଥିଲେ ସରକାର। ​​ଯେଉଁଥିରେ କାର ଶିଳ୍ପକୁ ୧୦ ମାସ ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସମସ୍ତ କାରରେ ଏୟାରବ୍ୟାଗ ଲାଗିବା ବାଧ୍ୟତାମୂଳକ ବୋଲି ସରକାର କହିିଥିଲେ। କାରର ମୂଲ୍ୟ ଅପେକ୍ଷା ଯାତ୍ରୀଙ୍କ ସୁରକ୍ଷା ଅଧିକ ଗୁରୁତ୍ୱ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ହେଲେ ଏତେ କମ୍ ସମୟ ମଧ୍ୟରେ ଏୟାର ବ୍ୟାଗ ଲଗାଇବା ସମ୍ଭବ ନୁହେଁ ତେଣୁ ତାଙ୍କୁ ଆଉ ୧୮ ମାସ ଦିଆଯିବା ଉଚିତ୍ ବୋଲି ଅଟୋ ଶିଳ୍ପ ଦାବି କରିଥିଲେ।

Leave A Reply

Your email address will not be published.