ବ୍ରହ୍ମପୁର: ଗଞ୍ଜାମ ଜିଲା ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସ୍କେ)ର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ କାର୍ଯ୍ୟାଳୟ ଭିତରେ ବସି ମଦ୍ୟପାନ ସଂପର୍କିତ ଫଟୋ ଭାଇରାଲ୍ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରିଥିଲା। ତାଙ୍କ ବିରୋଧରେ ଅନେକ ଡାକ୍ତର, ଷ୍ଟାଫ ନର୍ସ ମଧ୍ୟ ଅଭିଯୋଗ କରିଥିଲେ। ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆରବିଏସକେ ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପଙ୍କୁ ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ବଦଳି କରାଯାଇଛି। ଶନିବାର ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନଏଚଏମ)ର ମିଶନ ନିର୍ଦେଶକ ଡା. ବୃନ୍ଦା ଡି ଏନେଇ ନିର୍ଦେଶ ଜାରି କରିଛନ୍ତି। ତାଙ୍କ ସ୍ଥାନରେ ଏମ୍କେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍ର ଆରବିଏସ୍କେ ଆସିଷ୍ଟାଣ୍ଟ ମ୍ୟାନେଜର ଲୋପାମୂଦ୍ରା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି।
BREAKING NEWS
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର
- ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି…

Comments are closed.