ବ୍ରହ୍ମପୁର: ଗଞ୍ଜାମ ଜିଲା ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସ୍କେ)ର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ କାର୍ଯ୍ୟାଳୟ ଭିତରେ ବସି ମଦ୍ୟପାନ ସଂପର୍କିତ ଫଟୋ ଭାଇରାଲ୍ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରିଥିଲା। ତାଙ୍କ ବିରୋଧରେ ଅନେକ ଡାକ୍ତର, ଷ୍ଟାଫ ନର୍ସ ମଧ୍ୟ ଅଭିଯୋଗ କରିଥିଲେ। ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆରବିଏସକେ ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପଙ୍କୁ ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ବଦଳି କରାଯାଇଛି। ଶନିବାର ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନଏଚଏମ)ର ମିଶନ ନିର୍ଦେଶକ ଡା. ବୃନ୍ଦା ଡି ଏନେଇ ନିର୍ଦେଶ ଜାରି କରିଛନ୍ତି। ତାଙ୍କ ସ୍ଥାନରେ ଏମ୍କେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍ର ଆରବିଏସ୍କେ ଆସିଷ୍ଟାଣ୍ଟ ମ୍ୟାନେଜର ଲୋପାମୂଦ୍ରା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି।
BREAKING NEWS
- ଆଜି ରାୟଗଡ଼ା ଆସିବେନି ରାହୁଲ, ରାୟବରେଲିରେ ନାମାଙ୍କନ ଦାଖଲ ଯୋଗୁଁ ଓଡ଼ିଶା ଗସ୍ତ ବାତିଲ
- ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା
- ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, ପ୍ରଚାରରେ କମ୍ପବ ମୈଦାନ
- ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା
- ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
- ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ