ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଜନସଂପର୍କ ପାଇଁ ବାହାରିବେ । କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଅକ୍ଟୋବର ୬ରେ ଭାରତ ଯୋଡା ଯାତ୍ରାରେ ଅଂଶଗ୍ରହଣ କରିବେ ସୋନିଆ ଗାନ୍ଧୀ ।
ଏବେ ଭାରତ ଯୋଡା ଯାତ୍ରାରା ରାହୁଲ ଗାନ୍ଧୀ ନେତୃତ୍ବ ନେଉଛନ୍ତି । କର୍ଣ୍ଣାଟକରେ ଯାତ୍ରା ଚାଲିଛି । କଂଗ୍ରେସର ଏହି କର୍ଣ୍ଣାଟକ ଯାତ୍ରା ୨୧ଦିନ ଧରି ଚାଲିବା ସହ ରାଜ୍ୟରେ ୫୧୧ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ। ତେବେ ସୋନିଆ ଗାନ୍ଧୀ ଯାତ୍ରାରେ କେତେ ଦିନ ଚାଲିବେ ତାହା ଦଳ ପକ୍ଷରୁ କୁହାଯାଇନାହିଁ । ସୋନିଆ ଗାନ୍ଧୀ କେବଳ ଯାତ୍ରାରେ ସାମିଲ ହେବେ ବୋଲି କୁହାଯାଇଛି ।
କଂଗ୍ରେସ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷୁଥିବା ବେଳେ ସୋନିଆ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ବୋଲି ଜଣାପଡିଛି ।
Comments are closed.