Latest Odisha News

BREAKING NEWS

ଅଯୋଧ୍ୟାର ୩୮ ଘାଟରେ ପ୍ରଜ୍ଜ୍ୱଳିତ ହେବ ୧୬ ଲକ୍ଷ ଦୀପ

ଅଯୋଧ୍ୟା: ଅଯୋଧ୍ୟାରେ ୨୧ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଦୀପୋତ୍ସବକୁ ଏଥର ଆହୁରି ଭବ୍ୟ କରିବା ପାଇଁ ଯୋଜନା କରାଯାଇଛି । ଅଯୋଧ୍ୟାର ୩୮ ଘାଟରେ ୧୬ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏଥିପାଇଁ ନିଯୁକ୍ତ କରାଯାଇଥିବା ନୋଡାଲ ଅଧିକାରୀ ଅଜୟ ପ୍ରତାପ ସିଂଙ୍କ ଅନୁସାରେ ଏ ପର୍ଯ୍ୟନ୍ତ ଆମେ ୪ ଲକ୍ଷ ଦୀପର ଆୟୋଜନ କରିସାରିଛୁ । ୨୦୦୦ ଶିକ୍ଷକଙ୍କ ସମେତ ୧୮ ହଜାର ସ୍ୱେଚ୍ଛ୍ୱାସେବୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଦୀପୋତ୍ସବ ପାଇଁ ରାମ ଜନ୍ମଭୂମି ପରିସରର ସଜାସଜି କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦେଶର ପ୍ରମୁଖ ଲୋକ କଳାର ପ୍ରଦର୍ଶନ ମଧ୍ୟ ଏଠାରେ କରାଯିବ ।

ଅବଧୀ, ବରଲୀ, ମଧୁବନୀ, ମିଥିଳାର କଳାକାରମାନଙ୍କ ଦ୍ୱାରା ରାମ ମନ୍ଦିରର ଅସ୍ଥାୟୀ ଗର୍ଭଗୃହ ଚମତ୍କାର ରଙ୍ଗ ଏବଂ କଳାକୃତିରେ ସଜେଇ ଦିଆଯିବ । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଆଶୀଷ ମିଶ୍ରାଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ।

Comments are closed.