ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଜଗଦଳପୁର ଗ୍ରାମ ଷୁଣ୍ଢିସାହିର ଲୋକନାଥ କିଛି ବର୍ଷ ହେଲା ନିଜ ଘରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଶୁକ୍ରବାର ସକାଳୁ ସଦର ରେଞ୍ଜ ଇନସ୍ପେକ୍ଟର ଅର୍ଜୁନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ ଉକ୍ତ ଘର ଉପରେ ଚଢ଼ାଉ କରିବା ପାଇଁ ଯାଇଥିଲେ । କିନ୍ତୁ ଲୋକନାଥ ଅବକାରୀ ପୁଲିସକୁ ଦେଖି ଘର ଭିତରପଟୁ ଗ୍ରୀଲ ଚାବି ପକାଇବା ସହ ଝରକା,କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରୀଲର ଚାବି ଖୋଲିନଥିଲା। ଅବକାରୀ ଅଧିକାରୀମାନେ ଦୀର୍ଘ ୩ଘଣ୍ଟା ଧରି ଘର ବାହାରେ ଜଗି ରହିଥିଲେ। ଶେଷରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ପହଞ୍ଚିବା ପରେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ। ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ରଖି ବିକ୍ରି କରୁଥିବା ବିଭିନ୍ନ ବ୍ରାଣ୍ଡର ବିଦେଶ ମଦକୁ ଜବତ କରିଛି। ପ୍ରାୟ ୨୬ ଲିଟର ମଦ ଜବତ କରିବା ସହ କିଛି ଖାଲି ମଦବୋତଲ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେେଳେ ଡ଼େପୁଟି ସୁପରିଟେଣ୍ଡଣ୍ଟ ବିଜୟ କୁମାର ଧାରଣା, ଚିକିଟି ରେଞ୍ଜ ଇନସ୍ପେକ୍ଟର ମିହିର କୁମାର ସେଠୀ, ଗୋପାଳପୁର ରେଞ୍ଜ ଇନସ୍ପେକ୍ଟର ଅନିତା ପ୍ରଧାନ, ବ୍ରହ୍ମପୁର ଓଆଇସି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ କୁମାର ସାହୁ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩୪/୨୨ରେ ଏକ ମାମଲା ରୁଜୁ ହେବା ସହ ଲୋକନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୁଲିସ ସୂତ୍ରରୁ ଜଣାପଡ଼ିଛି।
BREAKING NEWS
- ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ମାମଲା: ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଗିରଫ
- ଗ୍ୟାସ୍ ଲିକ୍ ଘଟଣା; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ତାମିଲନାଡୁ ଗଲେ ୩ ବରିଷ୍ଠ ଅଧିକାରୀ
- ସିନ୍ଧୁ ନଦୀ ଜଳ ବିବାଦ: ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ
- ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରି-ଇଭାଲ୍ୟୁଏସନ୍ ରେଜଲ୍ଟ ପ୍ରକାଶିତ; ୱେବସାଇଟ୍ରେ ଉପଲବ୍ଧ ହେଲା ଫଳାଫଳ
- ତାମିଲନାଡୁରେ ଭୟାବହ ଗ୍ୟାସ୍ ଲିକ୍: ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ୭ ମୃତ, ୩୦ରୁ ଅଧିକ ଗୁରୁତର
- ଟି୨୦ କ୍ରିକେଟରେ ହରମନପ୍ରୀତଙ୍କ ବିଶ୍ୱରେକର୍ଡ
- ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ଜିତିଲା ତ୍ରିରାଷ୍ଟ୍ରୀୟ ସିରିଜ
- ୟଶଙ୍କ ‘ଟକ୍ସିକ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା, ଏହି ଫିଲ୍ମଗୁଡ଼ିକୁ ଦେବ ଟକ୍କର…
- ପୋଲିସ-ଉଗ୍ରବାଦୀ ମୁହାଁମୁହିଁ; PLFI ଟପ୍ କମାଣ୍ଡର ଆହତ, ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର
- ୪ ଦିନ ଯାଏଁ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

Comments are closed.