ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ରଖି ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଥିଲା । ତେବେ ଅଧିକାରୀଙ୍କୁ ଦେଖି ଲୋକନାଥ ଘରେ ତାଲା ପକାଇଦେଇଥିଲେ । ଶେଷରେ ଅଧିକାରୀମାନେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଜଗଦଳପୁର ଗ୍ରାମ ଷୁଣ୍ଢିସାହିର ଲୋକନାଥ କିଛି ବର୍ଷ ହେଲା ନିଜ ଘରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଶୁକ୍ରବାର ସକାଳୁ ସଦର ରେଞ୍ଜ ଇନସ୍ପେକ୍ଟର ଅର୍ଜୁନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ ଉକ୍ତ ଘର ଉପରେ ଚଢ଼ାଉ କରିବା ପାଇଁ ଯାଇଥିଲେ । କିନ୍ତୁ ଲୋକନାଥ ଅବକାରୀ ପୁଲିସକୁ ଦେଖି ଘର ଭିତରପଟୁ ଗ୍ରୀଲ ଚାବି ପକାଇବା ସହ ଝରକା,କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରୀଲର ଚାବି ଖୋଲିନଥିଲା। ଅବକାରୀ ଅଧିକାରୀମାନେ ଦୀର୍ଘ ୩ଘଣ୍ଟା ଧରି ଘର ବାହାରେ ଜଗି ରହିଥିଲେ। ଶେଷରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ପହଞ୍ଚିବା ପରେ ଗ୍ରୀଲ ଭାଙ୍ଗି ଘର ଭିତରେ ପଶିଥିଲେ। ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ରଖି ବିକ୍ରି କରୁଥିବା ବିଭିନ୍ନ ବ୍ରାଣ୍ଡର ବିଦେଶ ମଦକୁ ଜବତ କରିଛି। ପ୍ରାୟ ୨୬ ଲିଟର ମଦ ଜବତ କରିବା ସହ କିଛି ଖାଲି ମଦବୋତଲ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ବେେଳେ ଡ଼େପୁଟି ସୁପରିଟେଣ୍ଡଣ୍ଟ ବିଜୟ କୁମାର ଧାରଣା, ଚିକିଟି ରେଞ୍ଜ ଇନସ୍ପେକ୍ଟର ମିହିର କୁମାର ସେଠୀ, ଗୋପାଳପୁର ରେଞ୍ଜ ଇନସ୍ପେକ୍ଟର ଅନିତା ପ୍ରଧାନ, ବ୍ରହ୍ମପୁର ଓଆଇସି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ କୁମାର ସାହୁ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩୪/୨୨ରେ ଏକ ମାମଲା ରୁଜୁ ହେବା ସହ ଲୋକନାଥ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୁଲିସ ସୂତ୍ରରୁ ଜଣାପଡ଼ିଛି।
BREAKING NEWS
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ

Comments are closed.