ବ୍ରହ୍ମପୁର: ମୁମ୍ବାଇରେ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ମମତା ସାହୁଙ୍କ ପୁରୁଷୋତ୍ତମପୁର ଥାନା ଗଙ୍ଗାଦହଣି ଗ୍ରାମର ତୋଫାନ ଭୁୟାଁଙ୍କ ମଧ୍ୟରେ ଗତ ୨୦୧୭ ମେ’ ୪ ତାରିଖରେ ବିବାହ ହୋଇଥିଲା। ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା, ସୁନା ଚେନ, ସୁନା ମୁଦି ଏବଂ ଅନ୍ୟାନ୍ୟ ସମସ୍ତ ଘରକରଣା ଯୌତୁକ ଆକାରରେ ଦିଆଯାଇଥିଲା। ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ମମତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ପରେ ମମତାଙ୍କୁ ଧରି ତୋଫାନ ମୁମ୍ବାଇ ନେଇଯାଇଥିଲେ । ଗତ ଜୁଲାଇ ୧୭ ତାରିଖରେ ମମତା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ବର୍ଗଙ୍କୁ ତୋଫାନ ଫୋନ୍ରେ କହିଥିଲେ । ଏଥିରେ ସନ୍ଦେହ ପ୍ରକାଶ କରି ମମତାଙ୍କ ମା’ ଶୋଭା ଏନେଇ ମୁମ୍ବାଇରେ ରହୁଥିବା କେତେକ ସଂପର୍କୀୟଙ୍କୁ ଯୋଗାଯୋଗ କରିଥିଲେ । ସେମାନେ ମମତାଙ୍କ ପାଖକୁ ଯାଇ ତାଙ୍କ ଶବ ଦେଖିବା ପରେ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଏନେଇ ମମତାଙ୍କ ମାଆ ଶୋଭା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ମୁମ୍ବାଇର ବିନୋବାଭାବେ ନଗର ଥାନାରେ ମଧ୍ୟ ଏକ ମାମଲା ହୋଇଥିଲା। ତୋଫାନ୍ ଗାଁକୁ ଫେରିବା ପରେ ଦିଗପହଣ୍ଡି ପୋଲିସ ତାଙ୍କୁ ଗିରଫ କରିଛି। ବିବାହ ସମୟର ଫଟୋ ଏବଂ ଯୌତୁକ ସାମଗ୍ରୀର ତାଲିକା ଜବତ କରିଛି। ଖୁବ୍ ଶୀଘ୍ର ଦିଗପହଣ୍ଡି ପୋଲିସର ଏକ ଟିମ୍ ମୁମ୍ୱାଇ ଯାଇ ସେଠାକାର ଅପମୃତ୍ୟୁ ମାମଲାର କାଗଜପତ୍ର ଏବଂ ମମତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।
BREAKING NEWS
- Free Bus service for school: ରାଜ୍ୟରେ ସ୍କୁଲ୍ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା
- ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣା; ଆଉ ୩ ଗିରଫ, ହାତୀ ଦାନ୍ତ ଜବତ
- Premium Bikes: ଏହି ୩ ପ୍ରିମିୟମ୍ ବାଇକ୍ ୨୦୨୬ ଆରମ୍ଭରେ ଭାରତରେ ମାରିବେ ଏଣ୍ଟ୍ରି; ଦେଖନ୍ତୁ ଲିଷ୍ଟ…
- ‘Kapil shrama Show’: କାହିଁକି କପିଲ ଶର୍ମା ଶୋ ରୁ ବାଦ୍ ପଡ଼ିଲେ ସ୍ମୃତି ମନ୍ଧାନା?
- ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ରାଜେଶ
- ବିଜୟ ହଜାରେ ଟ୍ରଫି: ୮୪ ରନର ଟାର୍ଗେଟ ହାସଲ ପାଇଁ ନାକେଦମ ହେଲା ଓଡିଶା
- Indian Passport Ranks: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଝଟକା, ପୂର୍ବ ଅପେକ୍ଷା ଆହୁରି…
- Imran khan wife tortured: ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ଜେଲରେ ଦିଆଯାଉଛି ନିର୍ଯ୍ୟାତନା…
- କେବଳ ମଣିଷ ନୁହେଁ, ପିମ୍ପୁଡ଼ିମାନେ ମଧ୍ୟ ଡାକ୍ତରୀ ଅସ୍ତ୍ରୋପଚାର କରିପାରନ୍ତି; ଜାଣନ୍ତୁ କେମିତି…
- Odia YouTuber Gulua: ଶେଷରେ ସତ ମାନିଲେ ୟୁଟ୍ୟୁବର ମିଷ୍ଟର୍ ଗୁଲୁଆ
Comments are closed.