ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଏମିତି କେତେ କଣ ଭାବି ଚାଲିଥିଲା କେଉଁଠୁ କେଉଁ ଯାଏ । ଭାବନାର ଜଉ ଘରେ କେତେ ଆଉ ଆଉଟି ଚାଲିଥିବ ନିଜକୁ ! ଭାବନାରେ ଏଇଠି ପୂର୍ଣ୍ଣଛେଦ ପକାଇ ମନକୁ ବେହଲାଇ ମୋବାଇଲଟିକୁ ହାତରେ ଧରିଲା । ଦିନ ସାରା ନିଜକୁ ନିଜେ ଲୁହ ଦୁଃଖ ଯାତନା ଯନ୍ତ୍ରଣା ଭିତରେ କଏଦ କରି ରଖିଥିଲା ଆସ୍ଥା ! ଏଥର ନିମି ଅପାଙ୍କର ସେ ମଲମ ବୋଳା କଥା ଗୁଡାକ କାନ ଭିତରେ ବାରମ୍ବାର ପ୍ରତିଧ୍ଵନିତ ହେବାରେ ଲାଗିଥିଲା ………”ନିଜକୁ ଖୁ ଭଲ ପାଆ ,ନିଜର ଯତ୍ନ ନେ ,ନିଜକୁ ସମୟ ଦେ ସବୁ ଭିତରେ ବି । ଅତୀତ କୁ ମନେପକାଇ ବର୍ତ୍ତମାନକୁ କି ଭବିଷ୍ୟତ କୁ ନଷ୍ଟ କରନା ଆସ୍ଥା।
ସେଇ ଉପବନର ମୋହରେ ସେଆଡକୁ ପୁଣି ମୁହଁଇଲା ଆସ୍ଥା ! ମୋବାଇଲର ଫେସବୁକ କାନ୍ଥକୁ ଗଲା । ଦେଖିଲା ବେଳକୁ ଜନ୍ମ ଦିନର ଶୁଭେଚ୍ଛା ଭରା ବାର୍ତ୍ତାର ସୁଅ ଛୁଟୁଛି । ଚିହ୍ନା -ଅଚିହ୍ନା ,ଜଣା-ଅଜଣା , ସାଙ୍ଗ -ସାଥୀ ,ବନ୍ଧୁ-ବାନ୍ଧବ , ନିମିଅପାଙ୍କ ସ୍ନେହଭରା ଚିଠି ଏପରିକି ସମ୍ଭବଙ୍କର ବି ! ଆଃ ! ସେ ଆଖି ବୁଜି ଅନୁଭବ କରୁଥିଲା, ତା’ ଆଖ ପାଖରେ ମୁଣ୍ଡ ଉପରେ ଖାଲି ଫୁଲ ହିଁ ଫୁଲ ବିଛେଇ ହୋଇ ପଡୁଥିଲା ଆଉ ସେ ବାସ୍ନାୟିତ ଆଉ ବିଭୋର ହେଉଥିଲା ବାରମ୍ବାର ! ପୁଣି ଥରେ ଭିତରେ ଭିତରେ ନିଜକୁ ପ୍ରସ୍ପୁଟିତ କରିବା ଚେଷ୍ଟାରେ ଲାଗିପଡ଼ିଥିଲା …….।
ଏମିତି ଏକ ବିଭୋର ବେଳାରେ ……!
ଅନିଚ୍ଛା ସତ୍ତ୍ୱେ ବି ମୋବାଇଲ ର ରିଙ୍ଗ ଟୋନରେ ଅନ୍ୟମନସ୍କ ହୋଇପଡୁଥିଲା ଆସ୍ଥା ।
କ୍ରମଶଃ……

Comments are closed.