Latest Odisha News

BREAKING NEWS

ରାଜ୍ୟରେ ଆହୁରି କଲବଲ କରିବ ତାତି, ଏହି ସବୁ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆହୁରି କଲବଲ କରିବ ତାତି। ପଶ୍ଚିମ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁପାରେ। ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚିପାରେ। ବରଗଡ଼, ରାଉରକେଲା, ଅନୁଗୁଳ, ଭବାନୀପାଟଣା ଓ ବୌଦ୍ଧରେ ବି ୪୩ ଡିଗ୍ରୀ ଛୁଇଁବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଅସମ୍ଭାଳ ତାତି ହେବ। ପାଣିପାଗ ବିଭାଗ ଆସନ୍ତା ୧୯ ତାରିଖ ଯାଏ ତାତିକୁ ନେଇ ଏଭଳି ଆକଳନ କରିଛି ।

ଆଜି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡିକ ହେଉଛି ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର ଓ ସମ୍ବଲପୁର। ଏଥିସହିତ ଆଗମୀ ୭ ଦିନ ପାଇଁ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୮ ଓ ୧୯ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏହି ଦୁଇ ଦିନ ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ ହୋଇଛି । ଭବାନୀପାଟଣାରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗୀରରେ ୪୧, ବୌଦ୍ଧ ଓ ନୂଆପଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.