Latest Odisha News

BREAKING NEWS

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୫ ଯବାନ ଆହତ, ଓଡ଼ିଶା ସୀମାରେ ହାଇ ଆଲର୍ଟ

ଭୁବନେଶ୍ୱର: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ବାଲିବା ଜଙ୍ଗଲରେ ଯବାନ ଓ ମାଓବାଦୀ ମଧ୍ୟରେ ଭୟାବହ ଗୁଳି ବିନିମୟ। ୫ଜଣ ଯବାନ ଆହତ। ଆହତ ଯବାନଙ୍କୁ ଆଣି ଏୟାର ଲିଫ୍ଟ କଲେ ସାଥୀ ଯବାନ। ଓଡ଼ିଶା ସୀମାରେ ହାଇ ଆଲର୍ଟ। ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା।

ସର୍ଚ୍ଚ ଅପରେସନ ଚଳାଇଥିବା ଯବାନ ମାନଙ୍କ ପକ୍ଷରୁ ଯୋରଦାର ପାଲଟା ଜବାବ ଦିଆଯାଇଥିଲା । ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ସାଙ୍ଗକୁ ନକ୍ସଲଙ୍କ ଘଞ୍ଚଜଙ୍ଗଲର ଗଛ କୋରଡରେ ବସି ଗୁଳି ଚଳାଇବା ଫଳରେ ପାଞ୍ଚ ଜବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଘଟଣା ସ୍ଥଳରୁ ଆହତ ଯବାନଙ୍କୁ ପ୍ରଥମେ ବାଇକରେ ଆଣି ବିମାନ ନିକଟକୁ ପହଞ୍ଚାଇବା ପରେ ଚିକିତ୍ସା ପାଇଁ ସେମାନଙ୍କୁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । କୋବ୍ରା ୨୦୫ ବାଟାଲିୟନ ର ଇନିସପେକ୍ଟର ସତ୍ୟପ୍ରକାଶ, ଶୈଳେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାଏ, ପ୍ରେମ କୁମାର ଯବାନ ଜିତେନ୍ଦ୍ର ରାୟ ଗୁରୁତର। ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଉଛି ।

Leave A Reply

Your email address will not be published.