ଚନ୍ଦ୍ରକଳା ଦେବୀ
ଆଜିଠାରୁ ପରବେଶ ଏ ଜଗତେ
ଧର୍ମମାସ କାରିତିକ,
ପାହାନ୍ତ|ରୁ ସ୍ନାନ କରି ନରନାରୀ
ମନ୍ଦିର ମୁଖେ ଗମନ ।
କାର୍ତ୍ତିକ ମାସରେ ପ୍ରତ୍ୟେକ ମନ୍ଦିର
ରାତ୍ରି ଥାଉ ଥାଉ ଖୋଲେ,
ମନ୍ଦିରରେ ଘଣ୍ଟ ଘଣ୍ଟି ବାଜିଉଠେ
ମୁଖୁରିତ ହୁଳହୁଳେ ।
କାର୍ତ୍ତିକ ମାହାତ୍ମ୍ୟ କହନ୍ତି ନାରଦ
ପୃଥ୍ଵୀ ଚକର ବର୍ତ୍ତୀଙ୍କୁ,
ପ୍ରଭୁ ନାରାୟଣ ଏହାର ବୃତ୍ତାନ୍ତ
କହନ୍ତି ସତ୍ୟଭାମାଙ୍କୁ ।
କାର୍ତ୍ତିକରେ ପ୍ରାତଃ ସ୍ନାନ କରିଣ ଯେ
ସୂର୍ଯ୍ୟ କରେ ଜଳଦାନ,
ଚତୁବର୍ଗ ଫଳ ଲଭେ ସେହୁ ଜନ
ସେହୁ ବଡ଼ ପୁଣ୍ୟବାନ ।
କାର୍ତ୍ତିକ ମାସର ଦୀପାବଳୀ ଦିନ
ପ୍ରଭୁଙ୍କର ଶ୍ରାଦ୍ଧ ବେଶ,
ପ୍ରଭୁଙ୍କର ଏହି ଶ୍ରାଦ୍ଧ ବେଶ ହୁଏ
ପିତୃ ପୁରୁଷ ଉଦ୍ଦେଶ୍ୟ ।
କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀ
ଲକ୍ଷ୍ମୀ ନାରାୟଣ ବେଶ,
ମହାପ୍ରଭୁ ଙ୍କର ଏହି ବେଶ ଦେଖି
ସରବେ ହୁଅନ୍ତି ତୋଷ ।
କାର୍ତ୍ତିକ ଶୁକଳ ଦ୍ୱାଦଶୀ ତିଥିରେ
ବାଙ୍କଚୂଡା ବେଶ ହ୍ଵ’ନ୍ତି,
ରତ୍ନ ସିଂହାସନ ଉପରେ ବସିଣ
ଭକ୍ତଙ୍କୁ ଦେଖା ଦିଅନ୍ତି ।
କାର୍ତ୍ତିକ ଶୁକଳ ତ୍ରୟୋଦଶୀ ଦିନ
ନଗର୍ଜ୍ଜ୍ଜୁନ ବେଶ ହୁଏ,
ଏହି ବେଶ ଦେଖି ଆସନ୍ତି ଭକତେ
ମନ ତାଙ୍କ ଖୁସି ହୁଏ ।
କାର୍ତ୍ତିକ ଶୁକଳ ଚତୁର୍ଦ୍ଦଶୀ ଦିନ
ପ୍ରଭୁଙ୍କ ନୃସିଂହ ବେଶ,
ଏହି ବେଶ ଦେଖି ଭକ୍ତ ଗଣ ଙ୍କର
ମନ ହୋଇଥାଏ ତୁଷ୍ଟ ।
କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ
ରାଜରାଜେଶ୍ବରୀ ବେଶ,
ବହୁ ଦିନୁ ଭକ୍ତ ଚାହିଁ ରହିଥାଏ
ଦେଖିବାକୁ ଏହି ବେଶ ।
ଉତ୍କଳର ଧାମ ଜଗନ୍ନାଥ ଧାମ
ବାର ମାସେ ତେର ପର୍ବ,
ପର୍ବ ପରେ ପର୍ବ ଆସିଥାଏ ପୁଣ
ଆମ ଉତ୍କଳର ଗର୍ବ ।
Comments are closed.