ବ୍ରହ୍ମପୁର: ସାଧାରଣ ଲୋକଙ୍କ ପରେ ବର୍ତ୍ତମାନ ସରକାରୀ ଅଧିକାରୀମାନେ ମଧ୍ୟ ସାଇବର ଠକଙ୍କ ଶିକାର ହେବାରେ ଲାଗିଛନ୍ତି। ଏଭଳି କିଛି ସାଇବର ଅପରାଧର ଶିକାର ହୋଇଛନ୍ତି ଗଞ୍ଜାମ ଜିଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ। ତାଙ୍କ ନାଁରେ ଫେସବୁକ୍ ଏବଂ ହ୍ବାଟସଆପ୍ରେ ଆକାଉଣ୍ଟ ସାଇବର ଠକମାନେ ଲୋକମାନଙ୍କ ଠକିଥିବା ଅଭିଯୋଗ ଆସିଛି। ଫେସବୁକରେ ତାଙ୍କ ଫୋଟ ସହ ନାମରେ ଖୋଲା ହୋଇଛି ଫେକ୍ ଆକାଉଣ୍ଟ। ସେହିଭଳି ହ୍ବାଟଆପ୍ରେ ମଧ୍ୟ ତାଙ୍କ ଫଟୋ ରଖି ଟଙ୍କା ମଗା ହେଉଛି। ଆକାଉଣ୍ଟଗୁଡ଼ିକରେ ଥାନା ଅଧିକାରୀ ମଲ୍ଲଙ୍କ ୟୁନିଫର୍ମ ପିନ୍ଧିଥିବା ଫଟୋ ରଖାଯାଇଥିବା ଯୋଗୁ ଅନେକ ଏହାକୁ ସତ ବୋଲି ଭାବିଛନ୍ତି। ଆକାଉଣ୍ଟ କରି ଲୋକଙ୍କୁ ଟଙ୍କା ମଗାଯାଇଛି। ତାଙ୍କର ସାଙ୍ଗ ଜଣେ ସିଆରପିଏମ୍ରେ ଚାକିରୀ କରୁଛନ୍ତି। ସେହି ସାଙ୍ଗ ଜଣକ ବଦଳି ହୋଇଥିବା ଯୋଗୁ ଖୁବ୍ କମ୍ ଦରରେ ଘରର ସାମଗ୍ରୀ ବିକ୍ରି କରୁଛନ୍ତି। ଶସ୍ତାରେ ଭଲ ସାମଗ୍ରୀ କିଣିବା ସୁଯୋଗକୁ ହାତଛଡ଼ା ନକରିବା ପାଇଁ ମ୍ୟାସେଜ୍ରେ ଲେଖା ହୋଇଛି। ମ୍ୟାସେଜ୍ ସହିତ ଦାବି ସୋଫା, ଫ୍ରିଜ୍, ଏଲ୍ଇଡି ଟିଭି, ଡାଇନିଂ ସେଟ୍, ୱାସିଙ୍ଗ୍ ମଶିନ ସହ ଅନ୍ୟାନ୍ୟ ସାମଗ୍ରୀର ଫଟୋ ମଧ୍ୟ ଛଡ଼ା ହେଉଛି। ମ୍ୟାସେଜର ସତ୍ୟତା ନେଇ ଥାନା ଅଧିକାରୀ ମଲ୍ଲଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ଠକେଇର ଗୁମର ଖୋଲିଥିଲା। ତାହା ଫେକ୍ ଆକାଉଣ୍ଟ ହୋଇଥିବା ଯୋଗୁ କେହି ବିଶ୍ବାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।
BREAKING NEWS
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
- Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
Comments are closed.