ବ୍ରହ୍ମପୁର: ସାଧାରଣ ଲୋକଙ୍କ ପରେ ବର୍ତ୍ତମାନ ସରକାରୀ ଅଧିକାରୀମାନେ ମଧ୍ୟ ସାଇବର ଠକଙ୍କ ଶିକାର ହେବାରେ ଲାଗିଛନ୍ତି। ଏଭଳି କିଛି ସାଇବର ଅପରାଧର ଶିକାର ହୋଇଛନ୍ତି ଗଞ୍ଜାମ ଜିଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ। ତାଙ୍କ ନାଁରେ ଫେସବୁକ୍ ଏବଂ ହ୍ବାଟସଆପ୍ରେ ଆକାଉଣ୍ଟ ସାଇବର ଠକମାନେ ଲୋକମାନଙ୍କ ଠକିଥିବା ଅଭିଯୋଗ ଆସିଛି। ଫେସବୁକରେ ତାଙ୍କ ଫୋଟ ସହ ନାମରେ ଖୋଲା ହୋଇଛି ଫେକ୍ ଆକାଉଣ୍ଟ। ସେହିଭଳି ହ୍ବାଟଆପ୍ରେ ମଧ୍ୟ ତାଙ୍କ ଫଟୋ ରଖି ଟଙ୍କା ମଗା ହେଉଛି। ଆକାଉଣ୍ଟଗୁଡ଼ିକରେ ଥାନା ଅଧିକାରୀ ମଲ୍ଲଙ୍କ ୟୁନିଫର୍ମ ପିନ୍ଧିଥିବା ଫଟୋ ରଖାଯାଇଥିବା ଯୋଗୁ ଅନେକ ଏହାକୁ ସତ ବୋଲି ଭାବିଛନ୍ତି। ଆକାଉଣ୍ଟ କରି ଲୋକଙ୍କୁ ଟଙ୍କା ମଗାଯାଇଛି। ତାଙ୍କର ସାଙ୍ଗ ଜଣେ ସିଆରପିଏମ୍ରେ ଚାକିରୀ କରୁଛନ୍ତି। ସେହି ସାଙ୍ଗ ଜଣକ ବଦଳି ହୋଇଥିବା ଯୋଗୁ ଖୁବ୍ କମ୍ ଦରରେ ଘରର ସାମଗ୍ରୀ ବିକ୍ରି କରୁଛନ୍ତି। ଶସ୍ତାରେ ଭଲ ସାମଗ୍ରୀ କିଣିବା ସୁଯୋଗକୁ ହାତଛଡ଼ା ନକରିବା ପାଇଁ ମ୍ୟାସେଜ୍ରେ ଲେଖା ହୋଇଛି। ମ୍ୟାସେଜ୍ ସହିତ ଦାବି ସୋଫା, ଫ୍ରିଜ୍, ଏଲ୍ଇଡି ଟିଭି, ଡାଇନିଂ ସେଟ୍, ୱାସିଙ୍ଗ୍ ମଶିନ ସହ ଅନ୍ୟାନ୍ୟ ସାମଗ୍ରୀର ଫଟୋ ମଧ୍ୟ ଛଡ଼ା ହେଉଛି। ମ୍ୟାସେଜର ସତ୍ୟତା ନେଇ ଥାନା ଅଧିକାରୀ ମଲ୍ଲଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ଠକେଇର ଗୁମର ଖୋଲିଥିଲା। ତାହା ଫେକ୍ ଆକାଉଣ୍ଟ ହୋଇଥିବା ଯୋଗୁ କେହି ବିଶ୍ବାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।
BREAKING NEWS
- ନୂଆଦିଲ୍ଲୀ ପଲିଟିକ୍ସରେ ବଡ ହଲଚଲ! କେନ୍ଦ୍ର କ୍ୟାବିନେଟରେ ହୋଇପାରେ ବଡ ଅଦଳବଦଳ…
- Vijay Proves Majority: ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ, ମିଳିଲା ୧୪୪ ବିଧାୟକଙ୍କ ସମର୍ଥନ
- ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ କିପରି ହେଲା ମୃତ୍ୟୁ?
- ବିଜେଡିରୁ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ଦେବା ପରେ ନୟାଗଡ଼ ରାଜନୀତିରେ ହଟଚମଟ
- ମହଙ୍ଗା ହେଲା ସୁନା ଓ ରୁପା ଦର: ବୃଦ୍ଧି ହେଲା ଆମଦାନୀ ଶୁଳ୍କ
- କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ
- ପାରାଦୀପରେ ତୈଳବାହୀ ଜାହାଜ ଗିରଫ
- NEET Exam Cancelled: ୫ ଲକ୍ଷରେ ପେପର ବିକ୍ରି! ୬ ରାଜ୍ୟ ଯାଏଁ ଲମ୍ବିଛି ନେଟଓ୍ବର୍କ…
- ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୋହୂ ମୃତ
- ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍ ଚିନ୍ତା, ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
Comments are closed.