ଜାମ୍ମୁ-କାଶ୍ମୀର: ବାହାହେଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ୫୬ ବର୍ଷ ବୟସରେ ଏନଡି ଟିଭି ସାମ୍ବାଦିକା ନିଧି ରଜଦାନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଓମାର । ଏନେଇ ଶନିବାର ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଦେଇ ଅଫିସିଆଲ ଆନାଉନ୍ସ କରିଛନ୍ତି ଓମାର୍ । ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ପୋଷ୍ଟ କରିବା ସହ ଗୋଟେ ନୂତନ ଯାତ୍ରା ଆରମ୍ଭ ହେଲା ବୋଲି ଲେଖି ନିଜ ଭାବ ଅଭିବ୍ୟକ୍ତି କରିଛନ୍ତି ଜାମ୍ମୁ ମୁଖ୍ୟମନ୍ତ୍ରୀ । ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାରଙ୍କ ଜୀବନର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଲ ବୋଲି ସେ ସେୟାର କରିଛନ୍ତି । ବିବାହ ପରଦିନ ଏହି ଫଟୋ ସେୟାର କରି ନିଜ ଫଲୋୟରଙ୍କୁ ଜଣାଇଛନ୍ତି ସେ । ନିଧି ରଜଦାନଙ୍କ ସହ ଏହା ହେଉଛି ଓମାରଙ୍କ ଦ୍ୱିତୀୟ ବିବାହ । ଚଳିତ ବର୍ଷ ଜୁଲାଇ ୩୧ରେ ତାଙ୍କ ପ୍ରଥମ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ସୁପ୍ରିକୋର୍ଟରୁ ତାଙ୍କର ଉଭୟଙ୍କ ସହମତିରେ ବିବାହ ବିଚ୍ଛେଦ ହୋଇଥିଲା । ଉଭୟଙ୍କ ବିରୋଧରେ ହୋଇଥିବା କେସ୍ ଉଭୟ ଉଠାଇବା ସହ ଛାଡପତ୍ର ହୋଇଛିା ପୂର୍ବରୁ ହାଇକୋର୍ଟ ଉଭୟଙ୍କ ଛାଡପତ୍ର ନାମଂଜୁର କରିଥିବାରୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ ଓମାର । ଶେମେର ସେମାନଙ୍କର ଛାଡପତ୍ର ହୋଇଛି । ବରିଷ୍ଠ ଆଇନଜୀବୀ କପିଲ ସିବଲ ଉଭୟଙ୍କ ତରଫରୁ କୋର୍ଟରେ ଲଢୁଥିଲେ । ଓମାର୍ ଏବଂ ପାୟଲ ୧୯୯୪ରେ ଦିଲ୍ଲୀର ଓବରୟ ହୋଟେଲରେ ଦେଖାହେବା ପରେ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ରହିଛନ୍ତି ଜାହିର ଓ ଜମିର୍ । ଓମାର ଓ ପାୟଲ ୨୦୦୯ରୁ ଅଲଗା ରହୁଥିଲେ । ୨୦୧୧ରେ ଛାଡପତ୍ର ପାଇଁ କହିଥିଲେ ଓମାର । ୨୦୨୬ଜୁଲାଇରେ ଛାଡପତ୍ର ପରେ ୩ ମାସ ପରେ ସାମ୍ବାଦିକା ନିଧିଙ୍କୁ ବିବାହ କରିଛନ୍ତି ଜାମ୍ମୁ ସିଏମ ।
ଓମାର ଜଣେ ଭାରତୀୟ ରାଜନେତା, ୨୦୨୪ରୁ କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ବିଧାନସବାରେ ସଦନର ନେତା ଭାବେ ଦାୟିତ୍ୱ ନିବା ର୍ହ କରୁଛନ୍ତି । ପୂବ ର୍ରୁ ୨୦୦୯ରୁ ୨୦୧୪ ଜାମ୍ମୁର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
