ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଲକସ୍ଥିତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣି ଥରେ ଜାତୀୟ ସ୍ତରୀୟ ରାଙ୍କିରେ ପୁଣି ଥରେ ବାଜି ମାରିଛି। ଜାତୀୟ ସ୍ତରୀୟରେ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ତାଲିକାରେ ହାତୀଓଟ ଓଏଭି ପଞ୍ଚମ ସ୍ଥାନରେ ରହିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ୨୦୨୨-୨୩ର ସରକାରୀ ବିଦ୍ୟାଳୟ ତାଲିକାରେ ଏହି ଶିକ୍ଷାନୁଷ୍ଠାନକୁ ସଫଳତା ମିଳିଛି। ଗତ ପାଞ୍ଚ ବର୍ଷ ହେଲା ହାତୀଓଟ ଓଏଭିକୁ ଜାତୀୟ ସ୍ତରୀୟ ରାଙ୍କିଙ୍ଗ୍ରେ ସଫଳତା ମିଳିବାରେ ଲାଗିଛି। ଦେଶର ଅନେକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟକୁ ପଛରେ ପକାଇ ଦେଇଛି। ଗୁଣାତ୍ମକ ଶିକ୍ଷାଦାନ, ନେତୃତ୍ବ ଏବଂ ପରିଚାଳନା ଗୁଣ, ସହପାଠ୍ୟକ୍ରମ କାର୍ଯ୍ୟକ୍ରମ, ଭଲ ଶିକ୍ଷକ, ବୈଷୟିକ ଉପାୟରେ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ପଦକ୍ଷେପ ଯୋଗୁ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସଫଳତା ମିଳିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ହେଉଛି ପୃଥିବୀର ଅନ୍ୟତମ ବୃହତ ବିଦ୍ୟାଳୟ ଓ ରାଙ୍କିଙ୍ଗ ସର୍ବେ ବ୍ୟବସ୍ଥା। ଏଥିରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ଶିକ୍ଷାବିତ, ଅଧ୍ୟକ୍ଷ, ଶିକ୍ଷକ, ଅଭିଭାବକ ଏବଂ ପୁରାତନ ଛାତ୍ରମାନେ ସାମିଲ ଅଛନ୍ତି। ସୂଚନା ଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ଆଦର୍ଶ ବିଦ୍ୟାଳୟଗୁଡ଼ିକ ପରିଚାଳିତ ହେଉଛି। ଅନ୍ୟପଟେ ହାତୀଓଟ ଓଏଭିର ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଜରିଆରେ ସଶକ୍ତ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାହାର ଜାତୀୟ ସ୍ତରରେ ସଫଳତା ଆଣିଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ଗଣଶିକ୍ଷା ବିଭାଗ ତରଫରୁ ମଧ୍ୟ ହାତୀଓଟ ଓଏଭିକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
BREAKING NEWS
- ଭୋଟ ଦେଲେ ମିଳିବ ମାଗଣାରେ ଗୁପଚୁପ, ଜାଣନ୍ତୁ କେଉଁଠି
- ଦିନରେ ଲଣ୍ଠନ ଦେଖାଉଛନ୍ତି ମୋଦୀ, ବଲାଙ୍ଗୀର ସଭାରେ ବିରୋଧିଙ୍କୁ ନବୀନଙ୍କ ଟାର୍ଗେଟ
- ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କଲା ଚେନ୍ନାଇ
- ଭୋଟ ହାତେଇବାକୁ ବିଜେଡି କଳା ଟଙ୍କା ବାଣ୍ଟୁଛି ଅଭିଯୋଗ ଆଣି ଇସିଙ୍କ ଆଗରେ ଫେରାଦ ହେଲା ବିଜେପି
- ଘୁଷୁରୀ କିଡନୀ ଲଗାଇବାର ୨ ମାସ ପରେ ରୋଗୀଙ୍କ ଘଟିଲା ମୃତ୍ୟୁ
- ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ
- ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ, ପ୍ରଥମେ ବିଦ୍ୟାଳୟ ଏବେ ଡାକ୍ତରଖାନା
- ଟି୨୦ ବିଶ୍ୱକପ: ରୋହିତ, ହାର୍ଦ୍ଦିକଙ୍କ ଫର୍ମ ସାଜିଛି ଚିନ୍ତାର କାରଣ
- ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା
- କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି