ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ବାଜିଛି ମୋହର । ପ୍ରଥମ ପ୍ରୋଜେକ୍ଟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ରେ ଓଡ଼ଙ୍ଗା ବ୍ଲକ୍ ଏବଂ ରଣପୁର ବ୍ଲକ ର ଲକ୍ଷାଧିକ ଲୋକ ଉପକୃତ ହେବେ । ନୟାଗଡ଼ ଜିଲ୍ଲାରେ ଏହି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ଲୋକଙ୍କ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଦୁଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହେବ । ରକ୍ଷଣାବେକ୍ଷଣ ପାଇଁ ପାଞ୍ଚ ବର୍ଷ ସମୟ ଦିଆଯିବ ।
ମୁଖ୍ଯ ଶାସନ ସଚିବଙ୍କ ପ୍ରେସ୍ ବିବୃତି | କ୍ୟାବିନେଟ୍ ନିଷ୍ପତ୍ତି | ୧୫ ଅକ୍ଟୋବର, ୨୦୨୨ pic.twitter.com/goMPC3rGGS
— I & PR Department, Odisha (@IPR_Odisha) October 15, 2022
ଜଳ ଜୀବନ ମିଶନ ଯୋଜନାରେ ରଣପୁର ଓ ଓଡ଼ଗାଁରେ ହେବ ପ୍ରକଳ୍ପ । ଉପକୃତ ହେବ ୪୨୯ ଟି ଗ୍ରାମର ଲୋକେ । ପ୍ରକଳ୍ପ ପାଇଁ ୩୯୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ସେହିପରି ବରଗଡ଼ ଜିଲ୍ଲାରେ ହେବ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଆମ୍ବଭୋନା, ଭଟଲି ଓ ସୋହେଲାରେ ହେବ ପ୍ରକଳ୍ପ । ଉପକୃତ ହେବେ ୩୧୬ ଟି ଗ୍ରାମର ଲୋକ ।
ପ୍ରକଳ୍ପ ପାଇଁ ୪୫୩ କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ୫ଟି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ପାଇଁ ୪୫୬ କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ମିଳିଛି ଅନୁମୋଦନ । କଳାହାଣ୍ଡିର ୨ ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ୪ ଜିଲ୍ଲାରେ ୧୧ ବ୍ଲକ ପାଇଁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ । ଏହାଦ୍ବାରା ଲକ୍ଷାଧିକ ଲୋକ ପାଇପ ପାଣି ପାଇବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।
କ୍ୟାବିନେଟ ବୈଠକରେ ଦକ୍ଷତା ବିକାଶ ଓ କୌଶଳ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ସହ ବିଭିନ୍ନ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ଏଣିକି ଏକକ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି ।
Comments are closed.