ମାଡ୍ରାସ: ଦକ୍ଷିଣ ଭାରତ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ସରୋଗସୀ ମାଧ୍ୟମରେ ଯମଜ ସନ୍ତାନଙ୍କ ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ବିବାହର ୪ ମାସ ମଧ୍ୟରେ ଏହି ସନ୍ତାନ ହୋଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ ଏ ନେଇ ଉଭୟଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । ତେବେ ଆଜି ଏହି ବିବାଦ ନାଟକୀୟ ମୋଡ ନେଇଛି । ରିପୋର୍ଟ ମୁତାବକ ନୟନତାରା ଓ ବିଘ୍ନେଶ ସରକାରଙ୍କୁ ଯେଉଁ ରେକର୍ଡ ସବୁ ପ୍ରଦାନ କରିଛନ୍ତି ସେଥିରେ ଉଭୟ ୬ ବର୍ଷ ତଳୁ କୋର୍ଟ ମ୍ୟାରେଜ କରିଥିବା ପ୍ରମାଣ ରହିଛି । ଏହା ବ୍ୟତୀତ ନୟନତାରାଙ୍କ ଜଣେ ସମ୍ପର୍କୀୟ ସରଗୋସୀ ମାଆ ହୋଇଥିଲେ । ଅବଶ୍ୟ ଏ ନେଇ ନୟନତାରା କିମ୍ବା ବିଘ୍ନେଶଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସିନି ।
ସୂଚନାଯୋଗ୍ୟ, ୨୦୨୧ ସରଗୋସୀ ନିୟମ ଅନୁସାରେ ବିବାହର ୫ ବର୍ଷ ପରେ ବିବାହିତ ଯୋଡୀ ଏଥିପାଇଁ ଉଦ୍ୟମ କରିପାରିବେ । ଯଦି ରେକର୍ଡ ଠିକ ଠାକ ରହିଥାଏ ତାହାହେଲେ ଏହି ସରଗୋସୀ ବିବାଦର ଅନ୍ତ ଏକ ପ୍ରକାର ଘଟିଛି କହିଲେ ଭୁଲ ହେବନି ।
Comments are closed.