ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସବୁଠାରୁ ହାଇ ଭୋଲଟେଜ ମ୍ୟାଚ ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ରିପୋର୍ଟ ଅନୁସାରେ ମ୍ୟାଚ ଦିନ ୭୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି । ୬ ମିଲିମିଟର ବର୍ଷା ଏବଂ ୧୫ କିମି ପ୍ରତି ଘଂଟା ବେଗରେ ପବନ ହୋଇପାରେ । ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମର ୧ ଲକ୍ଷ ଟିକେଟ ବିକ୍ରୀ ହୋଇସାରିଛି । ବର୍ଷା ଯୋଗୁ ମ୍ୟାଚ ହୋଇ ନ ପାରିଲେ ଏହା ନିଶ୍ଚିତ ଭାବେ ପ୍ରଶଂସକଙ୍କ ମନ କଷ୍ଟ କରାଇବ ।
ଯଦି ମ୍ୟାଚ ବାତିଲ ହୁଏ ତାହାହେଲେ ଉଭୟ ଟିମ ୧ ପଂଏଟ ଲେଖାଁଏ ପାଇବେ । ତେବେ ଏହା ପୂର୍ବରୁ ଅତି କମରେ ୫ ଓଭର ଖେଳାଯିବା ପାଇଁ ଉଦ୍ୟମ କରାଯିବ । ସୂଚନାଯୋଗ୍ୟ, ଏଥର ବିଶ୍ୱକପରେ ପ୍ରଥମ ୨ ଦିନରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ପରି ଚାମ୍ପିୟନ ଟିମ ଅପେକ୍ଷାକୃତ ଦୁର୍ବଳ ଦଳ ନାମ୍ବିଆ ଏବଂ ସ୍କଟଲାଣ୍ଡଠାରୁ ହାରି ଯାଇଛନ୍ତି ।
Comments are closed.