Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୩୧ ରନରେ ହରାଇଲା ଜିମ୍ବାୱେ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ବି କ୍ୱାଲିଫାଇଂ ମୁକାବିଲାରେ ଜିମ୍ବାୱେ ୩୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରି ସୁପର ୧୨ରେ ପ୍ରବେଶ ଆଶା ଉଜ୍ଜବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ କରିଥିଲା । ସିକନ୍ଦର ରାଜା ୮୨ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ଆୟର୍ଲାଣ୍ଡର ଜୋଶ ଲିଟଲ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା । ଜିମ୍ବାୱେ ବୋଲିଂ ଆଗରେ ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ ।

କର୍ଟିସ କ୍ୟାମ୍ଫର ୨୭, ଜର୍ଜ ଡର୍କେଲ ୨୪ ଓ ଗାରେଥ ଡାଲନେ ୨୪ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ । ବ୍ଲେସିଙ୍ଗ ମୁଜରାବନି ୩ଟି, ରିଚାର୍ଡ ନାଗରଭା ଓ ଟେଣ୍ଡାଇ ଚାଟାରା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ସିକନ୍ଦର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.