Latest Odisha News

ଆର ପାରିରେ ଆଧୁନିକ ଭାଗିରଥୀ

ବାଙ୍ଗାଲୋର: ପଣ୍ଡ ମ୍ୟାନ ଓ ୱାଟର ୱାରିୟର ଭାବେ ପରିଚିତ କଲମାନେ କାମେଗୌଡାଙ୍କ ଆଜି ୮୨ ବର୍ଷରେ ପରଲୋକ ହୋଇଯାଇଛି । ଏହି ଜଳ ଯୋଦ୍ଧାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ତାଙ୍କୁ ପ୍ରଶଂସା କରିଥିଲେ । ମାଣ୍ଡ୍ୟାର ଦସନାଦୋଡ୍ଡୀ ଗ୍ରାମର କାମେଗୌଡା ନିକଟବର୍ତୀ ଅଂଚଳରେ ଜଳ ସମସ୍ୟାର ମୁକାବିଲା କରିବା ପାଇଁ ଏକାକୀ ଉଦ୍ୟମ ଆରମ୍ଭ କରିଥିଲେ । ଛୋଟ ଛୋଟ ପୋଖରୀ ଖୋଳି ସେ ବର୍ଷା ଜଳକୁ ସଂରକ୍ଷିତ କରି ରଖୁଥିଲେ । ଏହା ଦ୍ୱାରା ଚାଷ କାର୍ଯ୍ୟ ଏବଂ ପଶୁ ପକ୍ଷୀଙ୍କ ଜଳ ସମସ୍ୟା ମେଂଟି ପାରୁଥିଲା । ପ୍ରଥମେ ତାଙ୍କର ଏହି କାର୍ଯ୍ୟକୁ ପାଗଳାମୀ କରି ଲୋକେ କାଟି ଦେଉଥିଲେ । ଧିରେ ଧିରେ ଅନ୍ୟମାନେ ମଧ୍ୟ ତାଙ୍କ ସହଯୋଗ କରିଥିଲେ ।

ସେ ଏହା ପରେ ପୋଖରୀ କୂଳରେ ଗଛ ଲଗାଇବା ଆରମ୍ଭ କରିଥିଲେ । ତାଙ୍କ ବିୟୋଗରେ ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, ପୂର୍ବ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.