ଭୁବନେଶ୍ବର: ଆଉ ଚାରି ଦିନ ପରେ ବାତ୍ୟା ହେବ କି ନାହିଁ ଏହାକୁ ନେଇ ଏହାକୁ ନେଇ ଦେଶ ବିଦେଶର ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାତ୍ୟା ହେବ ବୋଲି କଛି ସଂସ୍ଥା ଆକଳନ କରିଥିବା ବେଳେ କିଛି ବିଶେଷଜ୍ଞ କହୁଛନ୍ତି 22 ତାରିଖରେ ସ୍ପଷ୍ଟ ହେବ ।
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୩.୧କିମି ଯାଏଁ ବ୍ୟାପି ଥିବା ସକ୍ରିୟ #ଘୁର୍ଣ୍ଣିବଳୟ pic.twitter.com/HBRj1eG8nu
— Meteorological Centre, Bhubaneswar (@mcbbsr) October 17, 2022
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯାହା କାଳକ୍ରମେ ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ବାତ୍ୟାର ସମ୍ଭାବନା ଥିବା କହିଛନ୍ତି । ତେବେ ଆସନ୍ତା ୨୨ ତାରିଖରେ ବାତ୍ୟାର ରୂପରେଖ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ ବୋଲି ଶରତ ସାହୁ ସ୍ପଷ୍ଟ କରିଛନ୍ତି।
ଯଦି ବାତ୍ୟା ଆସେ ତାହାଲେ ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ରହିପାରେ ବୋଲି ସେ ଅନୁମାନ ଲଗାଇଛନ୍ତି। ବାତ୍ୟା ନହେଲେ ମଧ୍ୟ ୨୪ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ଦୁଇଦିନ ବର୍ଷିବ ବୋଲି ସେ କହିଛନ୍ତି ।
A #Cyclonic Circulation lies over south Andaman Sea & neighbourhood. Under its influence, a #LowPressureArea is likely to form over southeast & adjoining eastcentral #BayOfBengal around 20th October, says @mcbbsr #WeatherUpdate #Alerts pic.twitter.com/H5EasdPIP8
— PIB in Odisha (@PIBBhubaneswar) October 17, 2022
ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ କହଛି ଯେ ଲଘୁଚାପ ସୃଷ୍ଟିର ୪୮ ଘଣ୍ଟା ପରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ତେବେ ଏହା ଦ୍ୱାରା ବାତ୍ୟା ହେବ କି ନାହିଁ ତାହା ଏବେଠୁ ଆକଳନ କରିବା ସମ୍ଭବ ହେଉନାହିଁ ।
ସାଧାରଣତ ଅକ୍ଟୋବର ମାସରେ ବର୍ଷା ଓ ବାତ୍ୟା ସବୁବର୍ଷ ଅଳ୍ପବହୁତ ଦେଖାଯାଇଥାଏ । ଏବର୍ଷ ବର୍ଷାକୁ ନେଇ ଚାଷୀମାନେ ମଧ୍ୟ ଚିନ୍ତାରେ ଅଛନ୍ତି । ତେବେ ଆଉ ତିନି ଦିନ ପରେ ସବୁ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.