ଦାଉଦ ଓ ହାଫିଜକୁ ପାକିସ୍ତାନ କେବେ ହସ୍ତାନ୍ତର କରିବ? ମିଳିଲାନି ଉତ୍ତର
ନୂଆଦିଲ୍ଲୀ: ଇଣ୍ଟରପୋଲ ବୈଠକରେ ଯୋଗଦେବାକୁ ପାକିସ୍ତାନରୁ ଆସିଥିବା ପାକିସ୍ତାନୀ ଅଧିକାରୀଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଦାଉଦ ବିଷୟରେ । ତେବେ ଅଧିକାରୀମାନେ ଏଭଳି ପ୍ରଶ୍ନ ଶୁଣି ଚକିତ ହୋଇଥିଲେ । ଅଧିକାରୀ ଚୁପ ରହିବା ସହ ପାଟିରୁ କଥା ପଦେ ବି କହିନଥିଲେ । ଇଣ୍ଟରପୋଲ ବାର୍ଷିକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା ।
Pakistan's FIA chief silent on extradition of Dawood, Hafiz Sayeed to India
Read @ANI Story | https://t.co/gFi5JNupln#DawoodIbrahim #HafizSaeed #Pakistan pic.twitter.com/ujS0nMzxKD
— ANI Digital (@ani_digital) October 18, 2022
ଦାଉଦ ଇବ୍ରାହିମ ଏବଂ ଲସ୍କର-ଏ-ତୋଏବା ମୁଖିଆ ହାଫିଜ ସଇଦର ନାଁ ଶୁଣି ମୁଁହ ବନ୍ଦ କରିଦେଇଥିଲେ ପାକିସ୍ତାନର ଦୁଇ ଅଧିକାରୀ । ପାକିସ୍ତାନର ଏଫଆଇଏ ମୁଖ୍ୟଙ୍କୁ ଏଭଳି ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ । ପାକିସ୍ତାନର ତଦନ୍ତକାରୀ ସଂସ୍ଥା ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସିର ଡାଇରେକ୍ଟର ଜେନେରାଲ ମୋହସିନ ବଟ ଏଭଳି ପ୍ରଶ୍ନ ଶୁଣି କି ଉତ୍ତର ଦେବେ ବୁଝିପାରିନଥିଲେ । ଗଣମାଧ୍ୟମ ପ୍ରତିନିଧି ଙ୍କୁ ସେ ଏବିଷୟରେ କିଛି କହିନଥିଲେ । ଇଣ୍ଟରପୋଲର ୯୦ତମ ମହାସଭା ଚଳିତ ଥର ଭାରତରେ ହେଉଛି । ଏହାର ଆୟୋଜନ ୨୫ ବର୍ଷ ପରେ ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି । ଏଥିରେ ୧୯୫ ଦେଶର ପ୍ରତିନିଧି ଭାଗ ନେଇଛନ୍ତି ।
Comments are closed.