ମୁମ୍ବାଇ: ୨୦୧୮ରେ ନୀରଜ ପାଣ୍ଡେ ଐତିହାସିକ ଫିଲ୍ମ ଚାଣ୍ୟକର ଘୋଷଣା କରାଯାଇଥିଲା । ଏବେ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ୪ ବର୍ଷ ହୋଇଯିବା ସତ୍ୱେ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରି ନ ଥିବାରୁ ଶେଷରେ ମେକର୍ସ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅଜୟ ଦେବଗାନ ଏହାର ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତେ । ଉଭୟ ଅଜୟ ଏବଂ ନୀରଜ ଖୁବ ଶୀଘ୍ର ଅନ୍ୟ ଏକ ଫିଲ୍ମର ଶୁଟିଂ କରିବେ ବୋଲି ଜଣାପଡିଛି । ପୃଥ୍ୱୀରାଜ ଫିଲ୍ମର ରିଲିଜ ପୂର୍ବରୁ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ଚାଣ୍ୟକ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ ।
ନୀରଜ ମଧ୍ୟ ଏ ନେଇ ଉତ୍ସାହିତ ହୋଇ ପଡିଥିଲେ । ୨ଟି ଭାଗରେ ଏହି ଫିଲ୍ମ ନିର୍ମିତ ହୋଇଥାନ୍ତା । ଅଜୟ ଏବେ ତାଙ୍କର ଆଗାମୀ ଫିଲ୍ମ ଭୋଳାର ଶୁଟିଂରେ ବ୍ୟସ୍ତ ଅଛନ୍ତି । ପୃଥ୍ୱୀରାଜ ଫିଲ୍ମ ଫ୍ଲପ ହେବା ଚାଣକ୍ୟ ମେକର୍ସଙ୍କୁ ଚିନ୍ତାରେ ପକାଇ ଦେଇଥିଲା ।
Comments are closed.