ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍ ଅଫ୍ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ଅନ୍ନପୂର୍ଣ୍ଣା। ମାତ୍ର ୫ ବର୍ଷ ୯ ମାସ ବୟସରେ ଏହି ସଫଳତାକୁ ନେଇ ସବୁଆଡ଼ୁ ପ୍ରଶଂସା କରାଯାଉଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ସେପ୍ଟେମ୍ବର ୨୦ ତାରିଖରେ ଆବେଦନ କରିଥିଲେ। ବର୍ତ୍ତମାନ ପ୍ରମାଣପତ୍ର ସହିତ ମେଡ଼ାଲ, ମେଟାଲ ପେନ, ଇଣ୍ଡିଆ ବୁକ ଅଫ ରେକର୍ଡର ବ୍ୟାଜ୍ ଏବଂ ଆଇକାର୍ଡ ଆସିଛି। ଅନ୍ନପୂର୍ଣ୍ଣାଙ୍କ ସଫଳତା ପାଇଁ ମା ମନସ୍ବିନୀ ଅନେକ ଦିନ ପର୍ଯ୍ୟନ୍ତ ପରିଶ୍ରମ କରିଥିଲେ। ତାଙ୍କୁ ନିୟମିତ ତାଲିମ୍ ଦେଉଥିଲେ। ଏକ ଘରୋଇ ସ୍କୁଲରେ ୟୁକେଜି ପଢ଼ୁଥିବା ଅନ୍ନପୂର୍ଣ୍ଣାଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛା ମିଳୁଛି।
BREAKING NEWS
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
Comments are closed.