Latest Odisha News

ଗୋବିନ୍ଦାଙ୍କ କଥାରେ ଭାବପ୍ରବଣ ହେଲେ ନେହା କକ୍କର

ମୁମ୍ବାଇ: ନେହା କକ୍କର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ବନେଇବା ସହ ନିଜ ସ୍ଥାନ ବଜାୟ ରଛନ୍ତି। ଏକଦା ଜାଗରଣରେ ଗୀତ ଗାଉଥିବା ନେହା ବର୍ତ୍ତମାନ ବଲିଉଡ ଫିଲ୍ମରେ ଗୀତ ଗାଇ ଲୋକଙ୍କୁ ତାଙ୍କ ସ୍ୱରରେ ଦିୱାନା କରିଦେଇଛନ୍ତି। ଇଣ୍ଡିଆନ ଆଇଡଲର ଅଡିସନରେ ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେହା କକ୍କର ଏବେ ଏହି ଶୋ’ର ଜଜ ଅଛନ୍ତି। ନେହା କକ୍କର ଅତ୍ୟନ୍ତ ଭାବପ୍ରବଣ ବ୍ୟକ୍ତି। ସେ କୌଣସି ବିଷୟକୁ ନେଇ ଆଲୋଚନା କରିବା ବେଳେ ଅତ୍ୟନ୍ତ ଗଭୀର ସହ ଚିନ୍ତା କରନ୍ତି ଏବଂ ଶୀଘ୍ର ଦୁଃଖିତ ମଧ୍ୟ ହୋଇଯାଆନ୍ତି। ଗୋବିନ୍ଦା ଇଣ୍ଡିଆନ୍ ଆଇଡଲ୍ ଷ୍ଟେଜରେ ଆସିବା ପରେ ନେହା କକ୍କର ଅତ୍ୟଧିକ ଭାବପ୍ରବଣ ହୋଇଯାଇଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

ଇଣ୍ଡିଆନ୍ ଆଇଡଲ୍ ୧୩ ର ଆଗାମୀ ଏପିସୋଡରେ ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଅହୁଜା ଏବଂ ଝିଅ ଟିନା ଅହୁଜାଙ୍କୁ ଦେଖିବାକୁ ମିଳିବ। ଶୋ’ର ଜଜ ବିଶାଲ ଦାଦଲାନି, ହିମେଶ ରେଶମିଆ ଏବଂ ନେହା କକ୍କର ଗୋବିନ୍ଦାଙ୍କ ଆଗମନକୁ ନେଇ ବହୁତ ଖୁସି ଅଛନ୍ତି। ସୋନି ଏଣ୍ଟରଟେନମେଣ୍ଟ ଆଗାମୀ ଏପିସୋଡର ପ୍ରୋମୋ ସେୟାର କରିଛି। ଏହି ଭିଡିଓରେ ନେହା ଏବଂ ଗୋବିନ୍ଦା ପ୍ରମୋରେ ନାଚୁଥିବାର ନଜର ଆସିଥିଲେ। ଗୋବିନ୍ଦାଙ୍କ ପ୍ରସିଦ୍ଧ ଗୀତ ‘ମେ ତୋ ରସ୍ତେ ସେ ଜା ରାହା ଥା’ ରେ ଉଭୟ ନାଚୁଛନ୍ତି। ଏହା ପରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ନେହାଙ୍କୁ ପ୍ରଶଂସା କରୁଛନ୍ତି। ସେ କହିଛନ୍ତି, ଜଣେ ଭଲ କଳାକାରଙ୍କର ଏପରି ହୃଦୟ ଦରକାର ଯେ ଅନ୍ୟ କାହାର ଦୁଃଖ, ଯନ୍ତ୍ରଣା ଦେଖିଲେ ନିଜ ଆଖିରୁ ଲୁହ ଗଡିଯିବ।

ଗୋବିନ୍ଦାଙ୍କ ପତ୍ନୀ ଆହୁରି କହିଛନ୍ତି, “ମୁଁ ତୁମକୁ ବହୁତ ଭଲ ପାଏ, ତମେ ବହୁତ ଭାବପ୍ରବଣ ଏବଂ ସୁନ୍ଦର ଝିଅ। ଏହା ପରେ ଗୋବିନ୍ଦା କହିଛନ୍ତି ଯେ ଆମେ ନେହାକୁ ବହୁତ ଭଲପାଉ।” ଗୋବିନ୍ଦା ନେହା କକ୍କରଙ୍କୁ ତାଙ୍କର ପ୍ରସିଦ୍ଧ ଡାଏଲଗ “ପଇସା କାମାଓ, ପଇସା କାମାଓ” କହିବାକୁ ଅନୁରୋଧ କରିଥିଲେ। ନେହା ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଥିଲେ ଯେ ଗୋବିନ୍ଦା ତାଙ୍କୁ ଏହି ଡାଏଲଗ କହିବାକୁ କହିବେ ବୋଲି ସେ କଳ୍ପନା କରିନଥିଲେ। ଏହା ପରେ ନେହା ଭାବପ୍ରବଣ ହୋଇ ଗୋବିନ୍ଦାଙ୍କୁ ଆଲିଙ୍ଗନ କରିଥିଲେ।

Comments are closed.