Latest Odisha News

ଭାଇଜାନ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ 16 ପାଇଁ ଭାଇଜାନ ଓରଫ ସଲମାନ ଖାନ ଏବେ ହେଡ ଲାଇନରେ ରହିଛନ୍ତି। ଏଥିସହିତ ଦବଙ୍ଗ ଷ୍ଟାର ନିଜ ଫିଲ୍ମ ସୁଟିଂ ଉପରେ ଧ୍ୟାନ ଦେଉଛନ୍ତି। ଏହି ସମୟରେ ଏକ ବିବ୍ରତ କରିବା ଭଳି ଖବର ସାମ୍ନାକୁ ଆସିଛି। ଏହି ଖବର ତାଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ। କୁହାଯାଉଛି ଯେ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି।

ତେଣୁ ଭାଇଜାନ୍ ବିଗ୍ ବସରେ ଏବେ ହୋଷ୍ଟ କରୁଥିବା ଦେଖିବାକୁ ମିଳିନପାରନ୍ତି। ତାଙ୍କ ସ୍ଥାନରେ କରଣ ଜୋହର ଏହି ସୋ ଆୟୋଜନ କରିବେ। ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି। ଏହି କାରଣ ପାଇଁ ସେ ଆସନ୍ତା କିଛି ସପ୍ତାହ ପାଇଁ ‘ବିଗ୍ ବସ୍ 16’ ହୋଷ୍ଟ କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ସଲମାନଙ୍କ ବଦଳରେ କିଏ ଏହି ସୋକୁ ହୋଷ୍ଟ  କରିବେ ସେନେଇ ମଧ୍ୟ ଫ୍ୟାନ୍ସ ମାନେ ଚିନ୍ତିତ।

ସଲମାନ ଖାନ ବିଗ ବସ ସୋର ହୋଷ୍ଟ ବା ଆଙ୍କର ଭାବେ ବେଶ ଲୋକପ୍ରିୟ। ଲୋକମାନେ ତାଙ୍କ ସ୍ଥାନରେ ଆଉ କାହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ସଲମାନଙ୍କ ସୋ’ର ଟିଆରପି ମଧ୍ୟ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି।

ତେବେ ସଲମାନଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର ବିଗ୍ ବସର ହୋଷ୍ଟ ଭାବରେ ଦାୟିତ୍ୱ ନେଇପାରନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସଲମାନଙ୍କ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି ଏବଂ ଦବଙ୍ଗ ଖାନଙ୍କ ଆଶୁ ଆରୋଗ୍ଯ ପାଇଁ ପ୍ରାର୍ଥନା କରୁଛନ୍ତି।

Comments are closed.